ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ବିପାଶା ଏବଂ କରଣ

51

ବିପାଶା ବସୁ ଓ ତାଙ୍କ ପତି କରଣ ସିଂହ ଗ୍ରୋଓ୍ଵର ପୁଣି ଥରେ ଚର୍ଚ୍ଚାରେ । ଏ ଥର ଚର୍ଚ୍ଚା ଏକ ବିଜ୍ଞାପନ ସିନେମାକୁ ନେଇ । ସ୍ୱୟଂ ବିପାଶା ‘ଇନଷ୍ଟାଗ୍ରାମ୍’ରେ ବିଜ୍ଞାପନଟିକୁ ଛାଡ଼ିଛନ୍ତି । ବିଜ୍ଞାପନଟି କଣ୍ଡୋମର । ଦୁହେଁ ବେଶ୍ ଯୌନ-ଉଦ୍ଦୀପକ ଦିଶୁଛନ୍ତି ଏବଂ ଗୁପ୍ତ ବିଷୟରେ ଖୋଲାଖୋଲି କଥା ହେଉଛନ୍ତି । ବିଜ୍ଞାପନ ଭିଡିଓ ସହ ଦୁଇ-ଚାରି ଧାଡ଼ି ଲେଖିବା ପାଇଁ ବିପାଶା ପଛାଇ ନାହାନ୍ତି ।

ଲେଖିଛନ୍ତି: ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ଦ୍ୱିତୀୟ । ଏହା ଏକ ଗଂଭୀର ସମସ୍ୟା ହୋଇଥିବା ସତ୍ତ୍ୱେ ଭାରତୀୟମାନେ କଣ୍ଡୋମ୍ ଓ ଯୌନ-ମିଳନ ବାବଦରେ ଆଲୋଚନା କରିବାକୁ ଲାଜଉଛନ୍ତି । କଣ୍ଡୋମର ବ୍ୟବହାର ପ୍ରସଙ୍ଗ ଉପରେ ଆଲୋଚନା ଜରୁରୀ ।

ଏହା ଦ୍ୱାରା ଦେଶ ଓ ଦେଶବାସୀଙ୍କର ହିଁ ମଙ୍ଗଳ । ଏହା ଦ୍ୱାରା ପରିବାର ନିୟୋଜନ ହେବ । ପୁଣି, ଯୌନ-ସଂପର୍କ ସୁରକ୍ଷିତ ହୋଇପାରିବ । ଏକ ଅତ୍ୟାଧୁନିକ ଦଂପତି ଭାବେ, ଦୁହେଁ ଏଥିରେ ବିଶ୍ୱାସ କରନ୍ତି; ତେଣୁ, ଏକତ୍ର ବିଜ୍ଞାପନ ସିନେମାରେ ଅଭିନୟ କରିଛନ୍ତି ।