ଗୋଆରେ ଛୁଟି କଟାଉଛନ୍ତି ବଲିଉଡ଼ର ହଟ୍ କପୁଲ୍ କରଣ-ବିପାଶା !

21

ବଲିଉଡ଼ର ହଟ୍ କପୁଲ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଗୋଆରେ ଛୁଟି କଟାଉଛନ୍ତି । ବିପାଶା ତାଙ୍କର କିଛି ରୋମାଞ୍ଚଭରା ମୁହୁର୍ତ୍ତର ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଫଟୋ ସହ ଏକ ସୁନ୍ଦର କ୍ୟାପସନ୍ ଦେଇଛନ୍ତି ବିପାଶା । କ୍ୟାପସନ ଜରିଆରେ ସେ କରଣଙ୍କୁ କେତେ ଭଲ ପାଆନ୍ତି ତାହା ଜଣାଇଛନ୍ତି । ସ୍ୱାମୀ କରଣଙ୍କ ସହ ବିପାଶା ପୁଲରେ ମସ୍ତୀ କରୁଥିବାର ନଜର ଆସୁଛନ୍ତି । ବିପାଶା-କରଣ, ଉଭୟେ ବୁଲାବୁଲି କରିବା ପାଇଁ ବହୁତ ପସନ୍ଦ କରନ୍ତି ।

ତେଣୁ ନିୟମିତ ସମୟ ବ୍ୟବଧାନରେ ସେମାନେ ଯାଆନ୍ତି ବୁଲାବୁଲି କରିବା ପାଇଁ । ଏହାସହ ବିପାଶା ତାଙ୍କର ସବୁ ଟ୍ରିପର ଫଟୋ ନିଜର ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଶେୟାର କରନ୍ତି । ତେବେ ଏହି ଫଟୋରେ ବିପାଶା ସ୍ୱିମିଙ୍ଗ ପୁଲରେ ପାଖରେ ଆରାମ କରୁଛନ୍ତି । ନିକଟରେ କରଣ-ବିପାଶା ଏକ କଣ୍ଡୋମ ବିଜ୍ଞାପନ କରିଥିଲେ । ଯାହାର ସୁଟ୍ ପାଇଁ ଉଭୟଙ୍କୁ ବହୁତ ବୋଲ୍ଡ ଫଟୋ ଉଠାଇବାକୁ ପଡ଼ିଥିଲା । ଏଥିପାଇଁ ଦମ୍ପତ୍ତିଙ୍କୁ ସୋସିଆଲ ମିଡ଼ିଆରେ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡୁଥିଲା । ସେ ଯାହା ହେଉ ଉଭୟଙ୍କ ଯୋଡ଼ି ସବୁଦିନ ଏପରି ଖୁସିରେ ରୁହନ୍ତୁ ।