୩୮ ବର୍ଷ ବୟସରେ ପାଦ ଥାପିଲେ ବ୍ଲାକ୍ ବିୟୁଟି ବିପାଶା !

31

୩୮ବର୍ଷରେ ପାଦ ଦେଇଛନ୍ତି ବଲିଉଡ ବ୍ଲାକ ବିୟୁଟିି ବିପାଶା ବାସୁ । ଆଜିର ଦିନରେ ବିପାଶା ଦିଲ୍ଲୀର ଏକ ବେଙ୍ଗଲୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ହରର୍ ନାୟିକା ବିପାଶା ପ୍ରଥମ ଥର ପାଇଁ ‘ଅଜନବୀ’ ସିନେମା ଜରିଆରେ ବଲିଉଡ ଜଗତରେ ପାଦ ଦେଇଥିଲେ । ସିନେମା ‘ଏଡି’ ତାଙ୍କୁ ବେଷ୍ଟ ଫିମେଲ ଡେବ୍ୟୁ’ର ଫିଲ୍ମଫେୟାର ଆୱାର୍ଡ ମଧ୍ୟ ହାସଲ କରିଥିଲେ ।

ଏହାପରେ ବର୍ଷ ୨୦୦୨ରେ ସିନେମା ରାଜ ଆଣିଦେଲା ତାଙ୍କ ପାଇଁ ଟର୍ଣ୍ଣିଂ ପଏଂଟ ।ଏହି ସିନେମାରେ ଅଭିନୟ ପାଇଁ ତାଙ୍କୁ ମିଳିଥିଲା ଭରପୂର ପ୍ରଶଂସା । ତେବେ ଶେଷ ଥର ପାଇଁ ବିପାଶା ଏଲୋନ ସିନେମାରେ ଦେଖିବାକୁ ମିଳିଥିଲା ଯେଉଁଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ତାଙ୍କ ପତି ତଥା ଅଭିନେତା କରଣ ସିଂହ ଗ୍ରୋଭର ।