ବଡ ପରଦାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ କାହାଣୀ ! ମେ’୧୯ରେ ରିଲିଜ୍ ହେବ ବାୟୋପିକ୍ ‘ତୁଳସୀ ଅପା’

61

ମେ’୧୯ରେ ରିଲିଜ୍ ହେବ ପ୍ରଥମ ଓଡିଆ ବାୟୋପିକ୍ । ପରଦାକୁ ଆସିବ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ଓଡିଆ ଚଳଚିତ୍ର ତୁଳସୀ ଅପା । କେନ୍ଦୁଝରରେ ବସବାସ କରୁଥିବା ନୀରିହ ଆଦିବାସୀଙ୍କ ସମସ୍ୟାକୁ ନେଇ ନିର୍ମିତ ଓଡିଆ ଚଳଚିତ୍ର ତୁଳସୀ ଅପା । ବିଶେଷ କରି ନିଜ ଜନ୍ମମାଟି ଏବଂ ଆଦିବାସୀଙ୍କ ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ କରିଆସୁଥିବା ତୁଳସୀ ମୁଣ୍ଡାଙ୍କ ନିଛକ କାହାଣୀକୁ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ ।

ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ଏହି ଚଳତିତ୍ରରେ ତୁଳସୀ ମୁଣ୍ଡାଙ୍କ ଭୂମିକାରେ ନବାଗତ ଅଭିନେତ୍ରୀ ବର୍ଷା ନାୟକଙ୍କୁ ଦେଖିବାକୁ ମିଳିଛି । ଏହାସହ ଚଳଚିତ୍ରରେ ପ୍ରୋମାଜଂନ ପରିଡା, ଚୈଧୁରୀ ବିକାଶ ଦାସ ,ମମତା ପଣ୍ଡାଙ୍କ ବଳିଷ୍ଠ ଅଭିନୟ ଏହାକୁ ବେଶ ରୁଦ୍ଧିମନ୍ତ କରିପାରିଛି । ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହି ଚଳଚିତ୍ରଟି ରାଜ୍ୟ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହା ସହିତ ରାଜ୍ୟ ଚଳଚିତ୍ର ଉତ୍ସବରେ ୬ ଟି ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇସାରିଛି ।