Flipkartର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ । ଜାଣନ୍ତୁ କାହିଁକି

256

ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ । ବ୍ୟକ୍ତିଗତ ଦୁବ୍ୟବହାର ମାମଲାରେ ଛନ୍ଦି ହୋଇଥିବା ବିନ୍ନି ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସୂଚନା ଦେଇଛି ଫ୍ଲିପକାର୍ଟକୁ ଅଧିଗ୍ରହଣ କରିଥିବା ୱାଲମାର୍ଟ । ଏପରିକି ବିନ୍ନି ବଂଶଲ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ।

ବିନ୍ନି ବଂଶଲ ହେଉଛନ୍ତି ଭାରତର ପ୍ରମୁଖ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସହ ସଂସ୍ଥାପକ । ବନ୍ଧୁ ସଚିନ ବଂଶଲଙ୍କ ସହ ସେ ଫ୍ଲିପକାର୍ଟ ଗଢିଥିଲେ ବିନ୍ନି । ମାତ୍ର ଦିନ କେଇଟାରେ ଅଧିକାଂଶ ଭାରତୀୟଙ୍କ ପସନ୍ଦ ପାଲଟିଥିଲା ଫ୍ଲିପକାର୍ଟ । କିନ୍ତୁ ଚଳିତ ବର୍ଷ ୱାଲମାର୍ଟ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ କିଣିବା ପରେ ସଚିନ ନିଜ ପଦରୁ ଇସ୍ତଫା ଦେଇଥିଲେ  । କିନ୍ତୁ ବିନ୍ନି କମ୍ପାନି ସହ ଜଡିତ ରହିଥିଲେ ।

ୱାଲମାର୍ଟର ସୂଚନା ଅନୁଯାୟୀ, ଉଭୟ ୱାଲମାର୍ଟ ଓ ଫ୍ଲିପକାର୍ଟର ଯାଞ୍ଚ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବିନ୍ନି । ତେବେ ଯାଞ୍ଚରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସେମିତି କିଛି ପ୍ରମାଣ ମିଳିନାହିଁ । ତେବେ କମ୍ପାନି ବିନ୍ନିଙ୍କ ଇସ୍ତଫାପତ୍ରକୁ ମଞ୍ଜୁର କରି ନେଇଛି ।