୭୫ ବର୍ଷୀୟ ମା’ ହାତରେ ୩୫ ଜଣ ପିଲାଙ୍କ ଭବିଷ୍ୟତ ! ପଣିଣତ ବୟସରେ ବୋଝ ନହୋଇ ସାହାରା ପାଲଟିଛନ୍ତି ବୀଣା ଯୋଶୀ

90

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲୋକେ ଅନ୍ୟ ଉପରେ ନିର୍ଭରଶୀଳ ହୋଇଯାଆନ୍ତି । କମ୍ ଲୋକ ଥାଆନ୍ତି ଯେଉଁମାନେ ନିଜର ଧ୍ୟାନ ରଖିବା ସହ ସମାଜସେବା ପରି କାମରେ ମନ ଦିଅନ୍ତି । ଏମିତି ଜଣେ ମଣିଷ ହେଲେ ଡେରାଡ଼ୁନର ବୀଣା ଯୋଶୀ । ୭୪ ବର୍ଷ ବୟସରେ ମଧ୍ୟ ତାଙ୍କଠି ରହିଛି ବାଳସୁଲଭ ଗୁଣ । ଏତିକି ବୟସ ହୋଇଥିଲେ ମଧ୍ୟ ସେ ଆଜି ୩୫ ପିଲାଙ୍କ ମା’ ହୋଇ ତାଙ୍କର ଭବିଷ୍ୟତ ସଜାଡ଼ୁଛନ୍ତି । ଭଡ଼ା ଘର ନେଇ ପିଲାଙ୍କ ପାଠପଢ଼ା ଦାୟିତ୍ୱ ବୁଝୁଛନ୍ତି । ଆଉ ଘରର ନାମ ରଖିଛି ‘ଆଓ ପଢ଼ୋ’ । ଘରର ଉପର ମହଲାରେ ପିଲାଙ୍କ ପାଇଁ ଶ୍ରେଣୀ ତିଆରି ହୋଇଛି । ଆଉ ସେଠାରେ ପଢ଼ନ୍ତି ୩୫ ଜଣ ପିଲା । ୨୦ ବର୍ଷ ଧରି ଶିକ୍ଷା ପାଇଁ କମା କରୁଥିବା ବୀଣାଙ୍କୁ ପିଲାମାନେ ମା’ ବୋଲି ଡାକନ୍ତି ।

ବୀଣା ଯୋଶୀ ହାଭାର୍ଡ଼ ୟୁନିଭର୍ସିଟି ଠାରୁ ଆରମ୍ଭ କରି ଲକ୍ଷ୍ନୌରେ ଏକ କଲେଜ ସମେତ ଅନେକ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସେବା ଦେଇସାରିଛନ୍ତି । ବୀଣାଙ୍କ ସ୍ୱାମୀ ଭୂଷଣ କୁମାର ବିଶ୍ୱିଦ୍ୟାଳୟରେ ଜଣେ କୂଳପତି ଥିଲେ । ସ୍ୱାମୀଙ୍କ ଅବସର ପରେ ୧୯୯୮ରେ ସେମାନେ ଡେରାଡ଼ୁନ ପଳାଇଯାଇଥିଲେ । ଆଉ ସେବେଠାରୁ ଭଡ଼ାଘର ନେଇ ବୀଣା ଯୋଶୀ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାରେ ଲାଗିଲେ । ପିଲାମାନେ ଆଧୁନିକ ଶିକ୍ଷାରେ ପଛରେ ପଡ଼ିନଯାଆନ୍ତୁ, ଏଥିପାଇଁ ତାଙ୍କୁ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦିଆଯାଏ । ପିଲାଙ୍କ ଶିକ୍ଷା ପାଇଁ ୩ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ କରିଛନ୍ତି ବୀଣା । କେବଳ ଏତିକି ନୁହେଁ ଶିକ୍ଷକଙ୍କୁ ଭଲ ଦରମା ମଧ୍ୟ ମିଳେ । ଏହାସହ ବୀଣା ସମୟ ପାଇଲେ ନିଜେ ମଧ୍ୟ ପିଲାଙ୍କୁ ପାଠପଢ଼ାନ୍ତି ।

ବୀଣା ଯୋଶୀ ଗୋଟିଏ ହାତରେ କାମ କରିପାରନ୍ତି ନାହିଁ । ଆରାମ କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ବୀଣାଙ୍କୁ ପିଲାଙ୍କ ସହ ସମୟ ବିତାଇ ପାଇଁ ଅଧିକ ପସନ୍ଦ କରନ୍ତି । ତେଣୁ ସେ ସମୟ ପାଇଲେ ପିଲାଙ୍କ ସହ ମିଶିବା ସହ ତାଙ୍କୁ ପାଠ ପଢ଼ାଇ ଥାଆନ୍ତି । ସବୁଠାରୁ ଖାସ୍ କଥା ହେଲା ସ୍କୁଲର ଖର୍ଚ୍ଚ ଉଠାଇବା ପାଇଁ ବୀଣା ଶୁଦ୍ଧ ମସଲା, ଚିପ୍ସ, ବଡ଼ି, ଅଁଳା ଆଚାର, ହଳଦୀ ଆଦି ପ୍ରସ୍ତୁ କରି ବିକ୍ରି କରନ୍ତି ଓ ପାଠଶାଳା ଚଳାନ୍ତି । ପାଠଶାଳାରେ ଶିକ୍ଷକଙ୍କ ବେତନକୁ ଛାଡ଼ି ପାଖାପାଖି ୨୦ ହଜାରରୁ ଅଧିକ ଟଙ୍କାର ଖର୍ଚ୍ଚ ହୁଏ ।