ସମାଜସେବା ପାଇଁ ବିଲ ଗେଟସ ଦାନ କରିଦେଲେ ୨୯ ହଜାର କୋଟି ଟଙ୍କା ! ତଥାପି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

84

ମହାଭାରତରେ କର୍ଣ୍ଣଙ୍କୁ ସବୁଠାରୁ ବନ ଦାନୀ କୁହଯାଉଥିଲା । ତେଣୁ ଦାନବୀର କର୍ଣ୍ଣ ରୂପେ ସେ ପରିଚିତ ଥିଲେ । ତାଙ୍କୁ କେହି କିଛି ମାଗିଲେ ସେ କେବେ ଫେରାଉ ନଥିଲେ । ସେ ଏତେ ଦାନୀ ଥିଲେ ଯେ ତାଙ୍କର ରକ୍ଷା କବଚ ମଧ୍ୟ ଦାନ କରି ଦେଇଥିଲେ । ଯାହାଦ୍ୱାରା ପରେ ଯୁଦ୍ଧରେ କବଚ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏ ଯୁଗରେ ଦାନବୀର ହେବା ପାଇଁ ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ ଗେଟସ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ବିଲ ଗେଟସ ସମାଜସେବା ପାଇଁ କିଛିି ଚିନ୍ତା ନକରି ପାଖାପାଖିି ୨୯ ହଜାର ୫୭୧ କୋଟି ଟଙ୍କା ଦାନ କରିଦେଇଛନ୍ତି ।

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସ ସବୁ ସଫଳତାଳ ହାସଲ କରି ସାରିଛନ୍ତି । ଏତେ ଧନୀ ହେଲେ ମଧ୍ୟ ସେ ସବୁବେଳେ ସମାଜ ହିତରେ କାମ କରିବା ପାଇଁ ଚେଷ୍ଟା କରନ୍ତି । ସେ ମାଇକ୍ରୋସପ୍ଟର ୬ କୋଟି ୪୦ ଲକ୍ଷ ଶେୟାର ଦାନ କରିଛନ୍ତି, ଯାହାର ମୂଲ୍ୟ ହେଲା ୪.୬ ଆରବ ଡଲାର । ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୯ ହଜାର ୫୭୧ କୋଟି ଟଙ୍କା । ସିକ୍ୟରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଏହାର ସୂଚନା ଦେଇଛନ୍ତି । କିନ୍ତୁ କାହାକୁ ଏତେ ଟଙ୍କା ଦାନ କରାଯାଇଛି ସେ ବିଷୟରେ କିଛି ସୂଚନା ଏଯାବତ୍ ମିଳିପାରି ନାହିଁ ।

ଶୁଣିବା ପାଇଁ ମିଳୁଛି ବିଲ ଗେଟସ ଅଧିକରୁ ଅଧିକ ଟଙ୍କା ‘ବିଲ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ’ କୁ ଦାନ କରିଛନ୍ତି । ଏହି ସଂସ୍ଥା ଜରିଆରେ ହିଁ ବିଲ ଗେଟସ ଓ ତାଙ୍କର ପତ୍ନୀ ସାରା ଦୁନିଆରେ ଜନହିତ କାମ କରିଥାଆନ୍ତି । ୨୦୦୦ ମସିହା ପରେ ବିଲ ଗେଟସଙ୍କର ଏହା ସବୁଠାରୁ ବଡ଼ ଦାନ ଅଟେ ।

ବ୍ଲୁମବର୍ଗ ତରଫରୁ କରାଯାଇଥିବାଳ ଗଣନା ଅନୁସାରେ ୬୧ ବର୍ଷିୟ ବିଲ ଗେଟସ ୧୯୯୯ରେ ୧୬ ବିଲିୟନ ଡଲାରର ମାଇକ୍ରୋସପ୍ଟ ଶେୟାର ଦାନରେ ଦେଇଥିଲେ । ଏବଂ ଏହାର ଠିକ ଏବ ବର୍ଷ ପରେ ସେ ୫.୧ ବିଲିୟନ ଡଲାର ଶେୟାର ଦାନ କରିଥିଲେ । ଏହା ପୂର୍ବରୁ ବିଲ ଓ ମେଲିଣ୍ଡା ଗେଟସ ୧୯୯୪ରେ ପାଖାପାଖି ୩୫ ବିଲିୟନ ଡଲାର ଦାନ କରିଥିଲେ । ବ୍ଲୁମବର୍ଗର ଆବରବପତିଙ୍କ ସୂଚୀରେ ବିଲ ଗେଟସ ୮୬.୧ ବିଲିୟନ ଡଲାର ସମ୍ପତ୍ତିିର ଅଧିକାରୀ ବୋଲି ଜଣାପଡ଼ିଛି ।

                                              ସୌଜନ୍ୟ-ଏନଡିଟିଭି