ସୁପର ଗାଈ ବନେଇବେ ବିଲ୍ ଗେଟ୍ସ ! ଖର୍ଚ୍ଚ କରିବେ ୪୦ ମିଲିୟନ ଡଲାର

38

ମାଇକ୍ରୋସଫ୍ଟ ସଂସ୍ଥାପକ ଏବଂ ଆମେରିକାର ଉଦ୍ୟୋଗପତି ବିଲ୍ ଗେଟ୍ସ ଏକ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ଜୈବିକ  ରିସର୍ଚ୍ଚ ଜରିଆରେ ସୁପର ଗାଈ ବନେଇବାର ଏକ ପରିକଳ୍ପାନା କରିଛନ୍ତି । ସେ ଏଡିନବର୍ଗ ସ୍ଥିତ ଲାଇଭଷ୍ଟକ ଭେଟେନାରୀ ମେଡିସିନ୍ ରିସର୍ଚ୍ଚରେ ଏଥିପାଇଁ ୪୦ ମିଲିୟନ୍  ଡଲାରର ଏକ ବଡ ରକମ ଖର୍ଚ୍ଚ କରିବେ ।  ବିଲ୍ ଏଡିନବର୍ଗ ୟୁନିଭର୍ସିଟି ଭ୍ରମଣ ବେଳେ ଏହି ପାଣ୍ଠିର ଘୋଷଣା କରିଛନ୍ତି ।

ଋିପୋର୍ଟ ଅନୁସାରେ , ବିଲ୍  ଚାହୁଁଛନ୍ତି କି ଏହି ସୁପର ଗାଈ ୟୁରୋପୀୟ  ଗାଈଙ୍କ ଠାରୁ ଅଧିକ ଦୁଗ୍ଧ ଦେବ । ଆଉ ମଧ୍ୟ ଏଥିରେ ଆଫ୍ରିକୀୟ ଗାଈମାନଙ୍କ ପରି ଅତ୍ୟଧିକ ଗରମ ସହିବାର କ୍ଷମତା ରହିବ । ଅର୍ଥାତ୍ ଗରମ ଜଳବାୟୁ ଅଂଚଳରେ ରହିପାରବ । ଏହି ପାଣ୍ଠିର  ବ୍ୟବହାର ଫସଲ ବିକଶିତ  କରିବା ଏବଂ  ରୋଗକୁ ରୋକିବାରେ ବ୍ୟବହୃତ ହେବ , ଯାହା ଆଫ୍ରିକା କୃଷକଙ୍କର  ଆର୍ଥିକ କ୍ଷତିର କାରଣ ସାଜିଛି ।  ଏହା ଏବେ ସ୍ପଷ୍ଟ ହୋଇନାହିଁ ଯେ, ସୁପର ଗାଈ କେମିତି ବନାଯିବ । କିନ୍ତୁ ବିଜନେସ୍ ଇଂସାଇଡର ନିଜର ରିପୋର୍ଟରେ କହିଛି କି କୃତିମ ଗର୍ଭନାଳ ଜରିଆରେ ଏହା ହୋଇପାରେ ।

ବୈଜ୍ଞାନିକଙ୍କ ଚେତାବନୀ –ଜଳବାୟୁ  ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କି ଏହି ପ୍ରକାର ସୁପର ଗାଈ ପରିବେଶ ପାଇଁ କ୍ଷତିକାରକ ହୋଇପାରେ । କାରଣ ଏହା ମିଥେନ୍ ଗ୍ୟାସ୍ ର ଉତ୍ପାଦନ କରିଥାଏ । ବିଲ୍ ଗେଲଟ୍ସଙ୍କର କହିବା ହେଲା  ଏହି ଗାଈ ଦୁର୍ଭିକ୍ଷ ଓ ଦାରିଦ୍ରତା ବିରୋଧରେ ଲଢିବାରେ ସାହାଯ୍ୟ କରିବ ।

( ସୌଜନ୍ୟ- ଅମର ଉଜାଲା )