ଲୋକାୟୁକ୍ତ ପ୍ରସଙ୍ଗ : ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଲେ, ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ଅନେକ ମାମଲା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତର୍ଜମା କରାଯିବ

36

କନକ ବ୍ୟୁରୋ : ତିନିଦିନ ଅଚଳାବସ୍ଥା ପରେ ସ୍ୱାଭାବିକ ହେଲା ବିଧାନସଭା । ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ସରକାର ଉତ୍ତର ରଖିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଏନେଇ ଉତ୍ତର ରଖିଛନ୍ତି । କହିଲେ, ଲୋକାୟୁକ୍ତ ନିଯୁକ୍ତି ନେଇ ଅନେକ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅପକ୍ଷୋ କରାଯାଇଛି । ରାୟ ଆସିଲା ପରେ ତଜର୍ମା କରାଯାଇ ରାଜ୍ୟସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ବିକ୍ରମ ଆରୁଖ କହିଛନ୍ତି । ଶୂନ୍ୟକାଳରେ ସିବିଏସଇ ପେପର ଲିକ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ସଂଜୟ ଦାସବର୍ମା । ସେପଟେ ଛାତ୍ରୀଙ୍କୁ ସାନିଟାରୀ ନାପକିନ ପ୍ରସଙ୍ଗରେ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ସୂଚନାଯୋଗ୍ୟ ସୂଚନାଯୋଗ୍ୟ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଲଗାତର ୩ ଦିନ ହେଲା ଅଚଳ ହୋଇପଡିଛି ବିଧାନସଭା । ମଙ୍ଗଳବାର ଦିନ ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ସଦସ୍ୟ ଧାରଣା ଦେଇଥିବାବେଳେ ଗତକାଲି ପ୍ଲାକାର୍ଡ ଓ ବ୍ୟାନର ଧରି ହଙ୍ଗାମା କରିଥିଲେ । ଲୋକାୟୁକ୍ତ ବିଲର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରୁଥିଲେ ବିରୋଧୀ ।