ବଲିଉଡରେ ବିକ୍ରମଙ୍କ କୋରିଓଗ୍ରାଫି

27

ଗଂଜାମ ଜିଲ୍ଲାର ବିକ୍ରମ ଏବେ ବଲିଉଡ୍ ଷ୍ଟାର ଟାଇଗର ଶ୍ରଫଙ୍କ ପର୍ସନାଲ୍ ଡାନ୍ସ ଓ ଜିମ୍ନାଷ୍ଟିକ୍ ଟ୍ରେନର ସାଜିଛନ୍ତି । ତେବେ କେବଳ ଟ୍ରେନର ନୁହେଁ ବର୍ତମାନ ସୁଦ୍ଧା ୧୫ଟି ହିନ୍ଦି ଫିଲ୍ମରେ ସେ ଆସିଷ୍ଟାଂଟ କୋରିଓଗ୍ରାଫର ଭାବେ କାମ କରି ସାରିଲେଣି । ଏପରିକି ଅନେକ ଫିଲ୍ମରେ ସେ ନିଜେ କରିଛନ୍ତି ଡାନ୍ସ ।

Bikramତେବେ ଟାଇଗରଙ୍କ ଡ୍ୟାନ୍ସ ଓ ଜିମ୍ନାଷ୍ଟିକ୍ କୋଚ୍ ସାଜିଥିବା ଏହି ଓଡିଆ ଯୁବକ ଏବେ ବଲିଉଡରେ ବନି ଯାଇଛନ୍ତି ଆସିଷ୍ଟାଂଟ୍ କୋରିଓଗ୍ରାଫର । ସବୁଠାରୁ ଆଶ୍ଚଯ୍ୟର କଥା ବଲିଉଡର ନାମୀ କୋରିଓଗ୍ରାଫର ଅହମ୍ମଦ ଖାନଙ୍କ ଖୁବ୍ ଖାସ୍ ପାଲଟିଛନ୍ତି ବିକ୍ରମ । ହିରୋପନ୍ଥି , କିକ୍, ଫାଂଟମ୍, ଅଲ୍ ଇଜ୍ ୱେଲ, ଲୀଲା ଓ କିସ୍ କିସ୍ କୋ ପ୍ୟାର୍ କରୁଁ ଭଳି ଫିଲ୍ମର ଆସିଷ୍ଟାଂଟ୍ କୋରିଓଗ୍ରାଫର୍ ସାଜିଛନ୍ତି ସେ । ତେବେ କେବଳ ଟାଇଗର୍ ନୁହଁନ୍ତି, ସୁରଜ୍ ପାଂଚୋଲିଙ୍କ ସହ ବି ଅନେକ ଭିଡିଓ ଆଲବମରେ କାମ କରିଛନ୍ତି ବିକ୍ରମ୍ ।