କାହିଁକି କରିଥିଲି ଆତ୍ମହତ୍ୟା ଉଦ୍ୟମ ! ବିକ୍ରମଙ୍କ ମୁହଁରେ ବିଫଳ ପ୍ରେମର କାହାଣୀ

31

ସମୟ ଥିଲା ଯେତେବେଳେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଏବଂ ଅଭିନେତ୍ରୀ ସୁସ୍ମିତା ସେନଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ଥିଲା । ହେଲେ କାହାକୁ ଜଣା ନଥିଲା ସତ କଣ । କିନ୍ତୁ ଏବେ ନିକଟରେ ଏକ ସାକ୍ଷାତକାରରେ ସୁସ୍ମିତାଙ୍କ ସହ ନିଜ ସଂପର୍କକୁ ନେଇ ଏକ ଚାଂଚଲ୍ୟକର ବୟାନ୍ ଦେଇଛନ୍ତି ବିକ୍ରମ ।

ବିକ୍ରମ କହିଛନ୍ତି ସୁସ୍ମିତାଙ୍କ ସହ ଏକ୍ସଟ୍ରାମାରିଟାଲ୍ ଆଫେୟାର୍ ପାଇଁ ନିଜ ପିଲା ଦିନର ପ୍ରେମ ତଥା ପତ୍ନୀ ଅଦିତିଙ୍କୁ ଛାଡପତ୍ର ଦେଇଥିଲେ । ବିକ୍ରମ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଥରେ ସେ ୬ ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ଏହି ଆତ୍ମହତ୍ୟା ଯଦିଓ ସୁସ୍ମିତାଙ୍କ ପାଇଁ ନୁହେଁ କିନ୍ତୁ ସୁସ୍ମିତାଙ୍କ ପାଇଁ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇଥିବାରୁ । ଛାଡପତ୍ର ଦେବା ପରେ ସେ ନିଜ ଭୁଲ୍ ବୁଝିପାରିଥିଲେ ଏବଂ ଖୁବ୍ ପଶ୍ଚାତାପ କରିଥିଲେ । ନିଜ ଭୁଲ୍ ପାଇଁ ଝିଅ ଏବଂ ପତ୍ନୀଙ୍କୁ ହରାଇଥିବାରୁ ଆଜି ଯାଏଁ ନିଜକୁ କ୍ଷମା କରିପାରିନାହାଁନ୍ତି ବିକ୍ରମ ।

ତେବେ କେବଳ ସୁସ୍ମିତା ନୁହେଁ ଅମିଷା ପଟେଲଙ୍କ ସହ ମଧ୍ୟ ନିଜ ପ୍ରେମକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ବିକ୍ରମ । ବିକ୍ରମ୍ ‘ରାଜ୍’, ହେଟ୍ ଷ୍ଟୋରୀ , କସୁର୍ ଏବଂ ଗୁଲାମ୍ ପରି ଅନେକ ସୁପରହିଟ୍ ସିନେମା ବଲିଉଡକୁ ଭେଟି ଦେଇଛନ୍ତି ।