ବିକିନୀ ପିନ୍ଧି ଯାତ୍ରୀଙ୍କ ସ୍ୱାଗତ କରିବେ ଏୟାରହୋଷ୍ଟେସ୍ ! ଭାରତ ଆସୁଛି ଭିିଏତନାମ ଏୟାରଲାଇନସ୍ ‘ଭିଏତଜେଟ ଏୟାର’

52

ଭିିଏତନାମ୍ ଏୟାରଲାଇନସ ‘ଭିଏତଜେଟ ଏୟାର’, ଭାରତ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛି । ଏହି ଏୟାରଲାଇନସ ‘ବିକିନୀ ଏୟାରଲାଇନସ’ ନାମର ପରିଚିତ । ବିକିନୀ ପିନ୍ଧା ଏୟାର ହୋଷ୍ଟେଜଙ୍କ ପାଇଁ ଏହି ଏୟାରଲାଇନସ ପରିଚିତ । କମ୍ପାନୀ ଭିିଏତନାମ ରାଜଧାନୀରୁ ଭାରତର ରାଜଧାନୀ ନୂଆ ଦିଲ୍ଲୀକୁ ସପ୍ତାହରେ ଥରେ ମାତ୍ର ଉଡାଣ କରିବ ।

ଏହି ପଦକ୍ଷେପ ଦ୍ୱାରା ଉଭୟ ଦେଶର ତିକ୍ତ ସମ୍ପର୍କରେ ସୁଧାର ଆସିବ ବୋଲି ଆଶାକରାଯାଇଛି । ଆଶ୍ୱର୍ଯ୍ୟର କଥା ହେଲା ଏବେ ଯାଏଁ ଉଭୟ ଦେଶ ମଧ୍ୟରେ ସିଧାସଳଖ ଫ୍ଲାଇଟ ବ୍ୟବସ୍ଥା ନାହିଁ । ଏହି ଏୟାରଲାଇନସ ଅନେକ ଥର ବିବାଦ ଘେରରେ ଆସିଛିି, ବୋଧହୁଏ ଏଥିପାଇଁ ଏହି ଏୟାରଲାଇନସ ଭାରତ ଆସିବାରେ ବିଳମ୍ବ ହୋଇଛିି । ଭିଏତଜେଟ ଏୟାର, ଭିଏତନାମର ପ୍ରଥମ ବ୍ୟକ୍ତିଗତ ଏୟାରଲାଇନସ କମ୍ପାନୀ, ଯାହାର ଟ୍ୟାଗଲାଇନ ‘ଏଞ୍ଜୟ ଫ୍ଲାଇଙ୍ଗ୍’ । ଏହାର ଶୁଭାରମ୍ଭ ୨୦୧୧ରେ ହୋଇଥିଲା ।

ଏହି ଏୟାରଲାଇସ ମାର୍କେିଟିଂରେ ଖୋଲାଖୋଲି ଭାବେ ଯୌନ ପ୍ରତୀକର ସାହାରା ନିଏ । , ଏଥିପାଇଁ ଏୟାରହୋଷ୍ଟେସଙ୍କୁ ବିକିନୀ ପିନ୍ଧିବା ପାଇଁ ଉତ୍ସାହିତ କରାଯାଏ । ଯାହାଫଳରେ କମ୍ପାନୀ ଖୁବକମ ସମୟରେ ନିଜ ଦେଶର ସବୁଠାରୁ ବଡ଼ ଏୟାରଲାଇନସ ଭାବେ ପରିଚିତ ହୋଇଛି । ଏହି କମ୍ପାନୀର ପ୍ରତିଷ୍ଠାତା ଭିଏତନାମର ମହିଳା ଅରବପତି ଉଦ୍ଦମୀ ଗ୍ନୁୟେନ ଥି ଫୁଆଙ୍ଗୋ କରିଥିଲେ । କମ୍ପାନୀ ବିଜ୍ଞାପନରେ ବିକିନୀ ପିନ୍ଧିଥିବା କେତେକ ମଡେଲଙ୍କ ଛବିକୁ ପ୍ରଦର୍ଶିତ କରିଥାଏ । ଏହି ମାର୍କିଟିଂ ବଳରେ କମ୍ପାନୀକୁ ଖୁବ ଫାଇଦା ମିଳୁଛି, କିନ୍ତୁ ସତ୍ୟ ଏହା ହେଲା ଏଥିରେ ଥିବା ଏୟାରହୋଷ୍ଟେଜ ସବୁବେଳେ ବିକିନୀ ପିନ୍ଧନ୍ତି ନାହିଁ । ଏହା ବ୍ୟତୀତ ଲୋକଙ୍କ ପାଇଁ ଉଡାଣ ବ୍ୟବସ୍ଥା ଓ ସୁରକ୍ଷା ଅଧିକ ମହତପୂର୍ଣ୍ଣ, ପୋଷାକ ନୁହେଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଏହି ଏୟାରଲାଇଂସ ପ୍ରତିବର୍ଷ ଏକ ଗ୍ଲାମରସ କ୍ୟାଲେଣ୍ଡର ପ୍ରକାଶିତ କରିଥାଏ । ଯେଉଁଥିରେ ବିକିନୀ ପିନ୍ଧିଥିବା କେତେକ ସୁନ୍ଦର ମଡେଲିଂ ଚିତ୍ର ରହିଥାଏ । ଗତ ବର୍ଷ ଭିଏତଜେଟ ଯାହା ଇଣ୍ଡୋନେଶିୟା ସହରରୁ ଜକାର୍ତା ପର୍ଯ୍ୟନ୍ତ ଉକ୍ତ ଫ୍ଲାଇଟ ବିଷୟରେ ଘୋଷଣା କରିଥିଲେ । କିନ୍ତୁ ସେଠାକାର ସରକାର ସିଧାସଳଖ ମନା କରି ଦେଇଥିଲେ ଯେ କୌଣସି ବି ଏୟାର ହୋଷ୍ଟେଜ ବିକିନୀ ପିନ୍ଧି ପାରିବେ ନାହିଁ । ବର୍ଷ ୨୦୧୨ରେ ଏୟାରଲାଇସ ଉଡାଣ ସମୟରେ ଏକ ଡାନ୍ସ ପରଫେମାନ୍ସ ପାଇଁ ଜରିମାନ ବି ଲଗା ଯାଇଥିଲେ । ଏହି ସୋ’ରେ ବିକିିନୀ ପିନ୍ଧା ପାଂଚ ଜଣ ମଡେଲ ଅଂଶଗ୍ରହଣ କରୁଥିଲେ ।