କାରର ଟାୟାର ଏବଂ ଇଞ୍ଜିନରେ ଦୌଡିବ ବାଇକ ! ଡିଜିଟାଲ ମିଟର ଦେଖାଇବ ରାସ୍ତା, ୧୮ ବର୍ଷିୟ ବାଳକ ନିର୍ମାଣ କଲେ ରେସିଂ ବାଇକ ।

61

ବାଲାଘାଟ ଆଇଟିଆଇର ଛାତ୍ର ବୈଭବ ବାଜପେୟୀ ଅଦରକାରୀ ବସ୍ତୁରି ଏକ ରେସିଂ ବାଇକ ପ୍ରସ୍ତୁତ କରିଛନ୍ତି । ଏହି ରେସିଂ ବାଇକରେ ସେ ନା କେବଳ କାରର ଇଞ୍ଜିନ ବ୍ୟବହାର କରିଛନ୍ତି ବରଂ ଟାୟର ମଧ୍ୟ ବିଏମଡବଲ୍ୟୁ ଏବଂ କେଟିଏମ୍ ଡ୍ୟୁକର ବ୍ୟବହାର କରିଛନ୍ତି । ଏହି ବାଇକର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିଛି । ବ୍ୟକ୍ତିଗତ ଭାବେ ଏହାର ଟେଷ୍ଟିଙ୍ଗ କରାଯାଇଛି । ସ୍ପିଡ ଏବଂ ଇଞ୍ଜିନ କଞ୍ଜେକସନର ଟେଷ୍ଟିଙ୍ଗ କରାଯାଇ ଏହାର ଗତି ଏବଂ ମାଇଲେଜ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି । ଆଉ ଏହି ବାଇକକୁ ‘ଅମର ଯବାନ’ ନାମ ଦିଆଯାଇଛି ।

ସବୁଠାରୁ ବଡ କଥା ହେଉଛି ଏଥିରେ ଡିଜିଟାଲ ମିଟର ଲଗାଯାଇଛି । ଯାହାକି ଗୁଗୁଲ ମ୍ୟାପ ସହ ଯୋଡି ହୋଇ ରହିବ ଏବଂ ଚାଳକଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥଳର ରାସ୍ତା ଦେଖାଇବା ସହ ଗାଡିର ସ୍ପିଡ ସମ୍ବନ୍ଧୀୟ ସୂଚନା ମଧ୍ୟ ପ୍ରଦାନ କରିବ । ଏହାର ଟେକ୍ନିକାଲ ପାର୍ଟ ଗୁଡିକୁ ଅଟୋମୋଟିବ୍ ରିସର୍ଚ୍ଚ ଆସୋସିଏସନ୍ ଅଫ ଇଣ୍ଡିଆ ଦ୍ୱାରା ଟେଷ୍ଟିଙ୍ଗ କରାଯାଇଛି । ବାଇକଟିକୁ ନିର୍ମାଣ କରିବାରେ ପାଖାପାଖି ୧୮ ମାସ ସମୟ ଲାଗିଛି । ଏବଂ ପାଖାପାଖି ୨ ଲକ୍ଷ ୮୦ ହଜାର ଟଙ୍କା ଏଥିରେ ଖର୍ଚ୍ଚ ହୋଇଛି ।

ଏହି ବାଇକଟିର ବିଶେଷତ୍ତ୍ୱ ହେଉଛି ଏଥିରେ ତିନିଟି ଟାଙ୍କିକୁ ମୋଡିଫାଏ କରାଯାଇ ୨୨ ଲିଟରର ପେଟ୍ରୋଲ ଟାଙ୍କି ଲଗାଯାଇଛି । ଏହା ବାଇକର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିଛି । ମୋଟ ୮ଟି ଗିୟର ଥିବା ବେଳେ ଫରୱାର୍ଡ ୪ଟି ଏବଂ ରିଭର୍ସ ୪ଟି ଗିୟର ରହିଛି । ଡିସବ୍ରେକ୍ ସହ ସୁବ୍ରେକ ମଧ୍ୟ ରହିଛି । ଏହି ବାଇକକୁ ଅଟୋ ଏକ୍ସପୋରେ ସାମିଲ ହେବାପାଇଁ ପଠାଯିବ । ଏହା ପରେ ଏଆରଏଆଇ ଦ୍ୱାରା ପରୀକ୍ଷଣ ପରେ ଏନଓସି ପାଇଁ ପଠାଯିବ । ଏହା ପରେ ଯାଇ ଏହି ବାଇକ୍ ନିଜର ଏକ ନୂଆ ପରିଚୟ ନେଇ ବଜାରକୁ ଆସିପାରିବ । ଏହି ବାଇକକ ନିର୍ମାଣ କରିଥିବା ୧୮ ବର୍ଷିୟ ବୈଭବଙ୍କର ବାପା ହେଉଛନ୍ତି ସଞ୍ଜୀବ ବାଜପେୟୀ । ବୈଭବ ଏବେ ଏକ ପ୍ରାଇଭେଟ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ଅଟନ୍ତି । ୨୦୧୫ ମସିହାରେ ଘରେ ଥିବା ଏକ ବାଇକକୁ ସେ ମୋଡିଫାଏ କରିଥିଲେ ।