କଂଟାବାଞ୍ଜିରେ ବାଇକ ଚାଳକକୁ ବଡ ଫାଇନ । ୨୨ ହଜାର ୫୦୦ ଟଙ୍କା ଫାଇନ୍ କାଟିଲା ପୁଲିସ

ଡିଏଲ ନଥିଲା, ମଦ ପିଇ ଗାଡି ଚଳାଉଥିବାରୁ ମୋଟାଅଙ୍କର ଜରିମାନା ଭରିଲେ ଗାଡି ଚାଳକ

1,028

କନକ ବ୍ୟୁରୋ: କଂଟାବାଞ୍ଝିରେ ବାଇକ ଉପରେ ବାଇଶି ହଜାର ଟଙ୍କାର ଫାଇନ । ଗୋଟିଏ ବାଇକ ଚାଳକକୁ ଧରି ୨୨ ହଜାର ୫ ଶହ ଟଙ୍କାର ଚାଲାଣ କାଟିଛି ପୁଲିସ । ବେଲପଡାରୁ ଆଜି କଂଟାବାଞ୍ଝିକୁ ଏକ ହିରୋ ପେସନ ପ୍ରୋ ଗାଡିରେ ଆସୁଥଲେ ବେଲପଡାର ସୁଶାନ୍ତ ମେହେର । ବେଲପଡ ଓ କଂଟାବାଞ୍ଝି ମଝିରେ କୁର୍ଲି ଗାଁ ନିକଟରେ ଏମଭିଆଇ ଚେକିଂ ଚାଲିଥିବା ବେଳେ ହାବୁଡରେ ପଡିଥିଲେ ବେଲପଡାର ସୁଶାନ୍ତ କୁମାର ମେହେର । ବିପଦଜନକ ଭାବେ ଗାଡି ଚଳାଉଥିବା ବେଳେ ପୁଲିସ ତାଙ୍କୁ ଧରି ୨୨ହଜାର ୫ଶହ ଟଙ୍କାର ଜରିମାନା କରିଛି ।

ନିୟମ ଭାଙ୍ଗିଥିବାରୁ ୫ ଶହ ଟଙ୍କା, ଟ୍ର୍ରାଫିକ ଅଧିକାରୀଙ୍କ ନିର୍ଦ୍ଦେଶ ମାନିନଥିବାରୁ ୨ହଜାର ଟଙ୍କା । ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା, ବିଦଜନକ ଭାବେ ଗାଡି ଚଲାଉଥିବାରୁ ୫ ହଜାର ଟଙ୍କା । ମଦ୍ୟପାନ କରି ଗାଡି ଚଳାଉଥିବାରୁ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି । ନୂତନ ମୋଟର ଯାନ ଆଇନ ଏହିପରି ଭାବେ ସୁଶାନ୍ତ ମେହେରଙ୍କ ୨୨ ହଜାର ୫ ଶହ ଟଙ୍କାର ଜରିମାନା କରିଛି ।