ମୟୂରଭଂଜ : ଅନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଗିରଫ

25

କନକ ବ୍ୟୁରୋ : ମୟୂରଭଂଜ ରୁପସାରୁ ଅନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ ହୋଇଛି । ୭ ଜଣ ଲୁଟେରାଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ୍ । ଏହାସହ ୬୦ରୁ ଅଧିକ ଚୋରା ବାଇକ୍ ଜବତ ହୋଇଛି । ବାଇକ୍ ଚୋରୀ ନେଇ ସହଦେବଖୁଂଟା ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ତଦନ୍ତ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇଥିଲା ପୁଲିସ୍ । ସିସିଟିଭି ଫୁଟେଜ ଆଧାର କରି ସହଦେବଖୁଂଟା ଓ ରୁପସା ପୁଲିସର ମିଳିତ ଚଢାଉରେ ଏହି ସବୁ ବାଇକ୍ ଜବତ ହୋଇଛି ।

ବିଶେଷ କରି ହିରୋ ଓ ହୋଣ୍ଡାର ଗାଡିକୁ ମାଷ୍ଟର କି ମାଧ୍ୟମରେ ଏମାନେ ଚୋରୀ କରନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନ, ମୟୂରଭଂଜର କେତେକ ସ୍ଥାନ ଓ ପଶ୍ଚିିମବଙ୍ଗରରେ ପୁଲିସ ଜାଲ ବିଛାଇଥିଲା । ଏମାନେ ବାଲେଶ୍ୱର, ବାଲିଆପାଳ, ମୟୂରଭଂଜର ଚିତ୍ରୋଳ ଓ ପଶ୍ଚିମବଙ୍ଗରୁ ବାଇକ୍ ଲୁଟ କରୁଥିଲେ । ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ହେଉଛି ଆଶିଷ ମହାନ୍ତି । ୨୦୧୦ରୁ ଏମାନେ ବାଇକ୍ ଚୋରି କରୁଥିବା ସୂଚନା ମିଳିଛି ।