ସାବଧାନ ଗାଡିଚାଳକ ! ଗାଡିରେ ଫ୍ୟାନ୍ସି ନମ୍ବର ପ୍ଲେଟ୍, ଉଚ୍ଚ ସ୍ୱର ଯୁକ୍ତ ହର୍ଣ୍ଣ ଲାଗିଥିଲେ ଦେବାକୁ ହେବ ମୋଟା ଅଙ୍କର ଜୋରିମାନା ।

1,846

ସାବଧାନ ଗାଡିଚାଳକ ! ଆପଣଙ୍କ ଗାଡିରେ ଲଗାଇଛନ୍ତି କି ଫ୍ୟାନ୍ସି ନମ୍ବର ପ୍ଲେଟ୍ କିମ୍ବା ଉଚ୍ଚ ସ୍ୱର ବା କର୍କଶ ଯୁକ୍ତ ହର୍ଣ୍ଣ । ତେବେ ତୁରନ୍ତ ଏହାକୁ କାଢି ନିଅନ୍ତୁ । ନହେଲେ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବାଇକ ଚୋରି କିମ୍ବା ବାଇକରେ ଅପରାଧ ହେଉଥିବା ଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ, ଏହାକୁ ରୋକିବା ପାଇଁ କଡା ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ ।

ଓଭର ସ୍ପିଡ୍ ଠାରୁ ଆରମ୍ଭ କରି ହେଲମେଟ୍ ଏବଂ କର୍କଶ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇଥିବା ଗାଡିଚାଳକଙ୍କୁ ଗୋଡାଇ ଗୋଡାଇ ଧରୁଛି ପୋଲିସ । ଆଜି କଟକର ବିଭିନ୍ନ ଛକରେ କମିଶନରେଟ୍ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇଥିଲା । ଯେଉଁଥିରେ ଅନେକ ଗାଡିଚାଳକ ଧରାପଡିବା ସହ ଜୋରିମାନା ମଧ୍ୟ ଦେଇଥିଲେ ।

ଆଉ ସବୁଠାରୁ ବଡ କଥା ହେଉଛି, ଯେଉଁ ଗାଡି ଗୁଡିକରେ ଫ୍ୟାନ୍ସି ନମ୍ବର ପ୍ଲେଟ ଓ ଉଚ୍ଚ ସ୍ୱର ଯୁକ୍ତ ହର୍ଣ୍ଣ ବା କର୍କଶ ଶବ୍ଦ କରୁଥିବା ହର୍ଣ୍ଣ ଲାଗିଥିଲା, ସେଗୁଡିକୁ ପୋଲିସ ନିଜେ ରେଞ୍ଚି ସାହାଯ୍ୟରେ ଓପାଡି ଦେବା ସହ ସେଗୁଡିକୁ ଜବତ କରିଛି । ଏହା ସହ ଉକ୍ତ ଗାଡି ଚାଳକଙ୍କ ଠାରୁ ମଧ୍ୟ ପୋଲିସ ମୋଟା ଅଙ୍କର ଜୋରିମାନା ଆଦାୟ କରିଛି । ତେବେ ଆଗାମୀ ଦିନରେ ଚେକିଂକୁ ଜୋରଦାର କରାଯିବ ବୋଲି ଜଣାପଡିଛି । ଆଜି କଟକରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଗକୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜୋରଦାର ଚେକିଂ ହେବ ବୋଲି ସୂଚନା ମିଳିଛି ।