ବ୍ରହ୍ମପୁରରେ ବିଜେପିର ବିକାଶ ଉତ୍ସବ : ଯୋଗ ଦେଲେ ଦୁଇ କେନ୍ଦ୍ରମନ୍ତ୍ରୀ

16

ବ୍ରହ୍ମପୁର ବ୍ୟୁରୋ ,କନକ ନ୍ୟୁଜ୍ : ବ୍ରହ୍ମପୁରରେ ବିଜେପିର ବିକାଶ ଉତ୍ସବ । ଉତ୍ସବରେ ସାମିଲ ହୋଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଏବଂ ସାର ଓ ରସାୟନ ମନ୍ତ୍ରୀ ହଂସରାଜ ଗଙ୍ଗରାମ । ସେହିପରି ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀ ଉତ୍ସବରେ ସାମିଲ ହୋଇଛନ୍ତି । ଏହି ଅବସରରେ ବ୍ରହ୍ମପୁର ଟାଉନ୍ ହଲରେ ବୁଦ୍ଧୀଜୀବୀ ସମ୍ମିଳନୀରେ ସାମିଲ ହେବେ ଦୁଇ କେନ୍ଦ୍ରମନ୍ତ୍ରୀ । ଏହି ସମ୍ମିଳନୀରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଦୁଇ ବର୍ଷର ସଫଳତା ବଖାଣିବେ । ବାଲେଶ୍ୱର, ଭୁବନେଶ୍ୱର ଏବଂ ରାଉରକେଲା ପରେ ଆଜି ବ୍ରହ୍ମପୁରରେ ବିଜେପିର ବିକାଶ ଉତ୍ସବ ପାଳନ ହେଉଛି । ଆଗକୁ ବରଗଡ଼, ରାୟଗଡ଼ା ଏବଂ ସମ୍ବଲପୁରରେ ଯୋଗଦେବେ ୩ କେନ୍ଦ୍ରମନ୍ତ୍ରୀ ।