ବିଜେପିର ବିଜୁ ପଲିଟିକ୍ସ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପିର ନୂଆ ଷ୍ଟ୍ରାଟେଜି । ନବୀନଙ୍କୁ ସମାଲୋଚନା , ବିଜୁଙ୍କ ଗୁଣଗାନ । ଆଉ ଏହି ଷ୍ଟ୍ରାଟେଜିକୁ ପାଦେ ପାଦେ ଆଗକୁ ନେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରରେ ମନ୍ତ୍ରୀ, ରାଜ୍ୟରେ ନେତା । ତେଣୁ କେଉଁ ସମୟରେ କଣ କହି ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବେ , ସେ ନେଇ ପ୍ରସ୍ତୁତ କରିଛନ୍ତି ରଣନୀତି ।

ଯେଉଁ ସମୟରେ ନବୀନ ପଟ୍ଟନାୟକଙ୍କୁ କଡା ଭାଷାରେ ସମାଲୋଚନା କରୁଛନ୍ତି, ସେହି ସମୟରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ନେଇ ଧନ୍ୟ ଧନ୍ୟ ହୋଇ ପଡୁଛନ୍ତି । ଯାହାଙ୍କ ସ୍ୱପ୍ନକୁ ପୁରଣ କରିବେ କହି ନବୀନ ୪ ପାଳି ହେଲା ମୁଖ୍ୟମନ୍ତ୍ରୀ, ତାଙ୍କୁ କେମିତି ବା ଅଣଦେଖା କରିବ ବିଜେପି । ତେଣୁ ଏଥର କେନ୍ଦ୍ରୀୟ କ୍ୟାଲେଣ୍ଡରରେ ସ୍ଥାନ ପାଉଛି ବିଜୁବାବୁଙ୍କ ଶତବାର୍ଷିକୀ ଉତ୍ସବ ।

ଧର୍ମେନ୍ଦ୍ରଙ୍କ ଭଳି ସେହି ଏକା ଫର୍ମୁଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ଯେତେବେଳେ ବି ଓଡଶାା ଆସିଛନ୍ତି , ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ବିଜୁବାବୁଙ୍କ ପ୍ରଶଂସା ।