ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରାଜନୀତି ହୋଇଛି ସରଗରମ

27

ନବୀନଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଜୁ ବାବୁଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ମୁଖ୍ୟମନ୍ତ୍ରୀ ପହଂଚିବା ପୂର୍ବରୁ ପୁରୀ ସ୍ୱର୍ଗଦ୍ୱାରରେ ପହଂଚି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବୈଜୟନ୍ତ । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ପୂର୍ବରୁ ବିଜୁ ଶତବାର୍ଷିକୀ ରୁ ବାଦ ପଡିଥିଲେ ବୈଜୟନ୍ତ । ବିଭିନ୍ନ ସମୟରେ ମୋଦି ସରକାରଙ୍କ ପ୍ରଶଂସା କରି ବୈଜୟନ୍ତ ଦଳରେ କୋଣଠେସା  ହୋଇପଡିଥିବା  ଏବେ ଚର୍ଚ୍ଚା ହେଉଛି । ନବୀନଙ୍କ ଫତୱା ସତ୍ୱେ ବିଭିନ୍ନ କେନ୍ଦ୍ରୀୟ ପ୍ରସଙ୍ଗରେ ମୁହଁ ଖୋଲିଥିବାରୁ ନବୀନଙ୍କ ସହ ତାଙ୍କ ସଂପର୍କରେ ଦୂରତା ଆସିଥିବା ଚର୍ଚ୍ଚା ହେଉଛି । ତେବେ ପୁରୀକୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଥିବାବେଳେ ସ୍ୱର୍ଗଦ୍ୱାର ବୁଲିଆସିଥିବା କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା ।