ରନ୍ ୱେରେ ଜୀବଜନ୍ତୁଙ୍କ ଉତ୍ପାତ, ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷାକୁ ନେଇ ପ୍ରଶ୍ନ

31

ଭୁବନେଶ୍ୱର : ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷାକୁ ନେଇ ଉଠୁଛି ବଡ ପ୍ରଶ୍ନ । ବାରମ୍ବାର ନଜରକୁ ଆସୁଛି ରନ୍ ୱେରେ ଜୀବଜନ୍ତୁଙ୍କ ଉତ୍ପାତ । ଆଜି  ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର ପଛପଟୁ  ଧରାପଡିଲା ବିଲୁଆ । ପୁରୁଣା ଟର୍ମିନାଲରୁ ବିଲୁଆଟିକୁ ଧରାଯାଇଥିବା ବିମାନ ବନ୍ଦର କର୍ତୃପକ୍ଷ ସୂଚନା ଦେଇଛନ୍ତି । ବିଲୁଆ ବିମାନ ବନ୍ଦରକୁ ଆସୁଥିବାର ଜାଣି ଜନ୍ତା ବସାଇଥିଲେ ବିମାନ ବନ୍ଦର କର୍ତୃପକ୍ଷ । ତେବେ ପୂର୍ବରୁ ମାଙ୍କଡକୁ ନେଇ ମଧ୍ୟ ନାକେଦମ୍ ହୋଇଥିଲେ ବିମାନ ବନ୍ଦର କର୍ତୃପକ୍ଷ । ପୂର୍ବରୁ ୨ଟି ବଣୁଆ ବିଲେକୁ ଧରାଯାଇଥିଲା । ଅନେକ ସମୟରେ ରନ୍ ୱେରେ ପକ୍ଷୀ ଉଡିବାରୁ ବିମାନ ଉଡାଣରେ ଅସୁବିଧା ଉପୁଜିଛି ।