ଓଡିଶା ଫେରିବ ବିଜୁଙ୍କ ଡାକୋଟା ବିମାନ ! ଏୟାରପୋର୍ଟ ଅଥରିଟିଙ୍କ ଚିଠି ପରେ ରାଜ୍ୟ ସରକାର ହେଲେ ତତ୍ପର

52

କନକ ବ୍ୟୁରୋ : ଓଡିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ବର୍ତମାନ କଲିକତାରେ ଥିବା ଏହି ବିମାନକୁ ସ୍ୱର୍ଗତ ବିଜୁ ପଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡିଶାକୁ ଅଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ୧୯୪୭ରେ ଏହି ବିମାନରେ ବିଜୁ ପଟନାୟକ, ଇଣ୍ଡୋନେସିଆର ତକ୍ରାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ ।

vlcsnap-2018-01-08-21h36m୭୦ ବର୍ଷ ପରେ ଓଡିଶା ଦେଖିବ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା । ଯେଉଁ ବିମାନ ଉଡାଇ ବିଜୁବାବୁ ଇଣ୍ଡୋନେସିଆର ତକ୍ରାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ, ସେହି ବିମାନ ଫେରିବ ଓଡିଶାକୁ । ବର୍ତମାନ କୋଲକାତାରେ ଥିବା ଏହି ବିମାନକୁ କଟକ ଆଣି ବିଜୁବାବୁଙ୍କ ସଂଗ୍ରହାଳୟ ଆନନ୍ଦଭବନ ପଡିଆରେ ପ୍ରଦର୍ଶିତ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

ଡାକୋଟା ଡିସି-୩ ବିମାନ । ଉଚ୍ଚତା- ୧୬ ଫୁଟ୍ ୧୧ ଇଂଚ୍ । ଲମ୍ବ- ୬୪ ଫୁଟ୍ ୮ ଇଞ୍ଚ । କ୍ଷମତା- ୨୦ ଜଚ୍ଚ । ସ୍ୱତନ୍ତ୍ର ଭାବେ ତିଆରି ଡାକୋଟା ବିମାନର ଜଣେ ଦକ୍ଷ ପାଇଲଟ୍ ଥିଲେ ବିଜୁ ପଟ୍ଟନାୟକ । ଏହି ବିମାନ କାଶ୍ମୀରରେ ସେନା ଯବାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଉତରପୂର୍ବ ଭାରତରେ ସେନା ଶରଣାର୍ଥୀଙ୍କୁ ସେବା ଯୋଗାଇ ଆସୁଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସେତେବେଳର ପାଇଲଟ୍ ବିଜୁ ପଟ୍ଟନାୟକ ୧୯୪୭ରେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଏୟାରଲାଇନ୍ସ । କୋଲାକାତାରେ ଥିବା ଏହାର ମୁଖ୍ୟ କାର୍ଯ୍ୟାଳୟରେ ୧୫ଟି ଡାକୋଟା ବିମାନ ରଖାଯାଇଥିଲା । ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବିଜୁବାବୁଙ୍କ ସେହି ପ୍ରିୟର ଡାକୋଟା ବିମାନକୁ ଓଡିଶା ଅଣାଯିବ ।