ସାମୟିକ ଭାବେ ବନ୍ଦ ହେବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର । ୮ ମାସ କାଳ ରନୱେ ରିକାର୍ପେଟିଂ ପାଇଁ ରାତିରେ ହେବନି ବିମାନ ଚଳାଚଳ ।

872

କନକ ବ୍ୟୁରୋ : ସାମୟିକ ଭାବେ ବନ୍ଦ ହେବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ! ରନୱେ ରିକାର୍ପେଟିଂ ପାଇଁ ବିମାନ ବନ୍ଦରକୁ ୮ ମାସ କାଳ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜୁନ୍ ୩୦ ତାରିଖ ଯାଏଁ ବିମାନବନ୍ଦର ପର୍ଯ୍ୟାୟକ୍ରମେ ବନ୍ଦ ରହିବ । ନଭେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏ ରାତିରେ ବିମାନବନ୍ଦର ବନ୍ଦ ରହିବ । ରାତି ୧୦ଟାରୁ ସକାଳ ୫ଟା ୩୦ ଯାଏ ବନ୍ଦ ରହିବ ବିମାନ ଚଳାଚଳ ।

ସେହିପରି ଆସନ୍ତା ୨୦୨୦ ଏପ୍ରିଲ ମାସ ୧ ତାରିଖରୁ ଜୁନ୍ ୩୦ ତାରିଖ ଯାଏ ଦିନରେ ଏୟାରପୋର୍ଟ ବନ୍ଦ ରହିବ । ଏହି ସମୟରେ ପୂର୍ବାହ୍ନ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ବିମାନ ଚଳାଚଳ । ବିମାନ ଚଳାଚଳ ବନ୍ଦ ରହିବା ସମୟରେ ରିକାର୍ପେଟିଂ କାମ କରାଯିବ । ତେବେ ଶେଷ ଥର ପାଇଁ ୨୦୧୭ରେ ହୋଇଥିଲା ରନୱେ ରିକାର୍ପେଟିଂ । ଏବେ ଭୁବନେଶ୍ୱରକୁ ଦୈନିକ ୩୯ଟି ବିମାନ ଯା’ଆସ କରୁଛି ।