ତିତଲି କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ବିଜୁ ପକ୍କାଘର । ୧୩ ହଜାର ପରିବାରକୁ ବିଜୁ ପକ୍କାଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

ପାଖାପାଖି ୧୧ଟି ଜିଲ୍ଲାର ୧୩ ହଜାର ପରିବାରର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି ।

154

କନକ ବ୍ୟୁରୋ: ତିତଲି କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିବ ବିଜୁ ପକ୍କା ଘର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଗତ ଅକ୍ଟୋବର ୧୧ ତାରିଖରେ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଛି ସାମୁଦ୍ରିକ ଝଡ଼ ତିତଲି । ଏଥିରେ ପାଖାପାଖି ୧୧ଟି ଜିଲ୍ଲାର ୧୩ ହଜାର ପରିବାରର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ତେଣୁ ଏହି ପରିବାରଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଏଥିପାଇଁ ମୋଟ୍ ୧୭୬ କୋଟି ଟଙ୍କା ବିନିଯୋଗ କରାଯିବ । ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଭାବେ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ୱାର୍କ ଅର୍ଡର ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ବ୍ଲକସ୍ତରରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ବିଜୁ ପକ୍କାଘର ପାଇଁ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଘରୋଇ ବ୍ୟବସାୟୀମାନଙ୍କ ସହିତ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମାନଙ୍କୁ ମଧ୍ୟ ଦାୟିତ୍ୱ ଦେବାକୁ ନିଷ୍ପତି କରାଯାଇଛି ।

ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ଅତିରିକ୍ତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଘରଗୁଡ଼ିକର ନିର୍ମାଣ ସାମଗ୍ରୀ ପ୍ରସ୍ତ୍ୁତି, ମିସ୍ତ୍ରୀ ପ୍ରଶିକ୍ଷଣ, କ୍ଷତିଗସ୍ତ ଲୋକଙ୍କୁ ଜୀବିକା ସୁବିଧା ପ୍ରଦାନ ପାଇଁ ୟୁ.ନି.ଡି.ପିର ସହଯୋଗ ପାଇଁ ମଧ୍ୟ ଅନୁରୋଧ କରାଯିବ ବୋଲି ଜଣାଯାଇଛି ।