ଗାଁର ଉନ୍ନତି ଓଡିଶାର ପ୍ରଗତିରେ ଆଉ ପାଦେ : ଗ୍ରାମାଂଚଳ ପାଇଁ ୧୦ ଲକ୍ଷ ପକ୍କାଘର

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗାଁର ଉନ୍ନତି ଓଡିଶାର ପ୍ରଗତିରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ଆଜି ବିଜୁ ପକ୍କାଘର ଯୋଜନାରେ ନିର୍ମାଣ ହୋଇଥିବା ୧୦ ଲକ୍ଷ ପକ୍କାଘର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚାୟତିରାଜ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ଘର ଗ୍ରାମାଂଚଳରେ ହିତାଧିକାରୀଙ୍କ ଉଦେଶ୍ୟରେ ଲୋକାର୍ପିତ ହେବ । ଏହି ଅବସରରେ ଫଟୋ ପ୍ରଦର୍ଶନୀ, ବୃତଚିତ୍ର ପ୍ରଦର୍ଶନୀ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ସଫଳ ଅଧିକାରୀଙ୍କୁ ପୁରସ୍କୃତ କରାଯିବ ।