‘ଦି ଟଲ ମ୍ୟାନ’ ପୁସ୍ତକରେ ବିଜୁଙ୍କ ସହ ନବୀନଙ୍କ ବିରଳ ଫଟୋ : ଫଟୋରେ ପ୍ରବାଦ ପୁରୁଷଙ୍କ ଜୀବନ କାହାଣୀ

41

କନକ ବ୍ୟୁରୋ : ଏଭଳି ଫଟୋ ଆପଣଙ୍କ ନଜରକୁ କେବେ ଆସିନଥିବ । ଓଡ଼ିଶା ମାଟିର ଉତୁଙ୍ଗ ବ୍ୟକ୍ତତ୍ୱ ବିଜୁ ପଟ୍ଟନାୟକଙ୍କ ସହ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ବିଜୁଙ୍କ ଜୀବନୀ ପୁସ୍ତକ ‘ଦ ଟଲ୍ ମ୍ୟାନ’ରେ ରହିଛି ଏହି ଫଟୋ । ‘ଦ ଟଲ୍ ମ୍ୟାନ’ ପୁସ୍ତକ ଉନ୍ମୋଚନ ପରେ ଏହି ବିରଳ ଫଟୋ ସାମନାକୁ ଆସିଛି ।

ଏହା ସହ ବିଜୁ ପରିବାରର ଅନେକ ବିରଳ ଫଟୋ ସ୍ଥାନ ପାଇଛି ଏହି ପୁସ୍ତକରେ । ନବୀନ ପଟ୍ଟନାୟକ, ତାଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ଏବଂ ଭଉଣୀ ଗୀତା ମେହେଟ୍ଟାଙ୍କ ପିଲା ବେଳର ଫଟୋ ରହିଛି ଏହି ପୁସ୍ତକରେ । ସେହିପରି ବିଜୁବାବୁ ଓ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ମଧ୍ୟ ଟଲ୍ ମ୍ୟାନ ପୁସ୍ତକରେ ରହିଛି । ପତ୍ନୀଙ୍କ ସହ ବେଶ ଖୁସି ମିଜାଜରେ ବିଜୁବାବୁ ଫଟୋ ଉଠାଇଛନ୍ତି । ଟଲ୍ ମ୍ୟାନ୍ ପୁସ୍ତକରେ ବିଜୁଙ୍କ ଐତିହାସିକ ଅଭିଯାନର ଅନେକ ଫଟୋ ଓ ପ୍ରମାଣ ସ୍ଥାନ ପାଇଛି ।