ଜୋରଧରିଲା ଏଲପିଜି ରାଜନୀତି ! ରାଜଭବନ ଆଗରେ ବିଜୁ ମହିଳା ଜନତା ଦଳ ବିକ୍ଷୋଭ

31

କନକ ବ୍ୟୁରୋ: ରାଜ୍ୟରେ ଜୋରଦାର ହୋଇଛି ଏଲପିଜି ରାଜନୀତି । କେନ୍ଦ୍ର ସରକାର ଏଲପିଜିର ଦର ବୃଦ୍ଧି ସାଙ୍ଗକୁ ସବସିଡି ପ୍ରତ୍ୟାହର ନେଇ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି । ରନ୍ଧନଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିକ୍ଷୋଭ କରୁଛି ବିଜୁ ମହିଳା ଜନତା ଦଳ ।

କେନ୍ଦ୍ରର ଏଲପିଜି ସିଲିଣ୍ଡର୍‌ ଉପରୁ ସବସିଡି ପ୍ରତ୍ୟାହାର ନିଷ୍ପତ୍ତିକୁ ବିରୋଧ କରି ଆଜି ବିଜୁ ମହିଳା ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇଛି । ଆଜି ସକାଳ ୧୦ଟାରେ ଦଳର ମହିଳା କର୍ମୀମାନେ ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ବୋଲି ସଭାନେତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।

ରନ୍ଧନ ଗ୍ୟାସର ସବସିଡି ପ୍ରତ୍ୟାହାର ପ୍ରତିବାଦରେ ଆସନ୍ତା ୮ ତାରିଖରେ ରାଜ୍ୟର ସଦର ମହକୁମାମାନଙ୍କରେ ମହିଳା କର୍ମୀମାନେ ବିକ୍ଷୋଭ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତାକାଲି ମହିଳା କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାର କାର୍ଯ୍ୟକ୍ରମ ରହିଛି ।