ବିଜୁ ଶ୍ରମିକ ସାମୁଖ୍ୟର ପ୍ରଥମ ରାଜ୍ୟ ସମ୍ମିଳନୀରେ ନବୀନଙ୍କ ଘୋଷଣା ! ଅଣ ସଂଗଠିତ ଶ୍ରମିକଙ୍କୁ ଦିଆଯିବ ପରିଚୟପତ୍ର

53

କନକ ବ୍ୟୁରୋ : ବିଜୁ ଜନତା ଦଳ କଥାରେ ନୁହେଁ କାମରେ ବିଶ୍ୱାସ କରେ । ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟର ପ୍ରଥମ ରାଜ୍ୟ ସମ୍ମିଳନୀକୁ ସମ୍ବୋଧିତ କରି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରମ ଶକ୍ତି ଦେଶର ସବୁଠୁ ବଡ ସଂପଦ ଏବଂ ବିଜୁ ଜନତା ଦଳ ଶ୍ରମିକମାନଙ୍କୁ ସମ୍ମାନ କରେ ବୋଲି ନବୀନ କହିଛନ୍ତି । ଶ୍ରମିକମାନଙ୍କ ଲାଗି ପକ୍କାଘର ଓ ସହରାଂଚଳରେ ଭଡାରେ ଘର ଯୋଗାଇ ଦେବା ପାଇଁ ସାରା ଦେଶରେ ମଡେଲ ପ୍ରସ୍ତୁତ ହୋଇଛି ।

ରାଜ୍ୟର ସମସ୍ତ ଶ୍ରମିକଙ୍କୁ ସାମାଜିକ ନିରାପତା ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ଚିହ୍ନଟ କରି ପରିଚୟପତ୍ର ପ୍ରଦାନ କରାଯିବ । ଆଗାମୀ ଦିନରେ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ସରକାର ବହୁ ପଦକ୍ଷେପ ନେବେ ବୋଲି ନବୀନ କହିଛନ୍ତି । ସବୁବେଳେ ଶ୍ରମିକଙ୍କ ସୁବିଧା ଓ ଅସୁବିଧାରେ ସରକାର ଅଛନ୍ତି ବୋଲି ନବୀନ କହିଛନ୍ତି ।