ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଲୋଗୋ ଓ ପୁସ୍ତିକା ଉନ୍ମୋଚନ କରିଛନ୍ତି ନବୀନ ପଟ୍ଟନାୟକ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ଆଜି ୧ ହଜାର ଅଙ୍ଗନୱାଡି କେନ୍ଦ୍ରକୁ ମଧ୍ୟ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ୨୦୧୮-୧୯ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନୱାଡି ଘର ପକ୍କା ହେବ ବୋଲି ଏହି ଅବସରରେ ଘୋଷଣା କରିଛନ୍ତି ନବୀନ ।

ଅଙ୍ଗନବାଡି କେନ୍ଦ୍ରଗୁଡିକର ସୌନ୍ଦର୍ଯ୍ୟକରଣ ଓ ରୋଷେଇ ଘର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଝିଅମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ବିଜୁ କନ୍ୟା ରତ୍ନ ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ସଂକ୍ରାନ୍ତରେ ଆଜି ସଚିବାଳୟରେ ବସି ମୁଖ୍ୟମନ୍ତ୍ରୀ ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, ମୟୁରଭଞ୍ଜ ଓ ଗଞ୍ଜାମ ଜିଲ୍ଲା ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ।

୨୦୧୬-୧୭ ମସିହାରୁ ଏହି ଯୋଜନା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ଅନୁଗୁଳ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।