ଆସିଲେନି ସଂପର୍କୀୟ : ସୁନ୍ଦରଗଡ ତଲସରାରେ ଶବ କାନ୍ଧେଇଲେ ବିଜୁ ଯୁବ ବାହିନୀ ସଦସ୍ୟ

169

କନକ ବ୍ୟୁରୋ : ଶବ ସତ୍କାର କରିବାକୁ ସଂପର୍କୀୟ ଆସିଲେନି । କାମରେ ଆସିଲେ ବିଜୁ ଯୁବ ବାହୀନି । ଅନ୍ତିମ ସଂସ୍କାର କରିବାକୁ ଆଗେଇ ଆସିଲେ ବିଜୁ ଯୁବ ବାହିନୀ । ମାନବିକତାର ଏପରି ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାର ତଳସରାରେ । ମିଳିଥିବା ସୂଚନା ଅନୁସାରେ ପୁରୀ ଅଂଚଳର ଜଣେ ପୂଜକ ରଘୁନାଥ ତ୍ରିପାଠୀ ଦୀର୍ଘ ଦିନ ହେଲା ତଳସରାରେ ପୂଜା କରି ଜୀବିକା ନିର୍ବାହ କରୁଥିଲେ । ୭୩ ବର୍ଷ ବୟସରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା ।

ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା, ହେଲେ କୌଣସି ସଂପର୍କୀୟ ଆସିନଥିଲେ । ଦୀର୍ଘ ସମୟ ଶବ ପଡି ରହିଥିଲା । ଏପରିସ୍ଥଳରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ବିଜୁ ଯୁବ ବାହିନୀ । କୋକେଇରେ ମୃତଦେହକୁ ମଶାଣୀକୁ ନେଇ ପାରମ୍ପରିକ ରୀତିରେ ଅନ୍ତିମ ସଂସ୍କାର କରିଛନ୍ତି । ତଳସରା ବିଜୁ ଯୁବ ବାହିନୀର ଏହି ମାନବିକ କାର୍ଯ୍ୟକୁ ଅଂଚଳରେ ବେଶ ପ୍ରଶଂସା କରାଯାଉଛି ।