ଜଗଦେବଙ୍କ ବାହୁବଳୀ ଫିଲ୍ମରେ ପଡିବ ଯବନିକା : ମୁଖିଆଙ୍କୁ ଗାଳି ଦେବା ପରେ ହାତ ଛାଡୁଛି ଦଳ

52

କନକ ବ୍ୟୁରୋ : ବିଜେଡି ଭିତରୁ ଶୁଭିଲା ବିଜେଡି ବିରୋଧୀ ସ୍ୱର । ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଜି କଡା ସମାଲୋଚନା କରିଛନ୍ତି ଦଳୀୟ ମୁଖପାତ୍ର । ସେପଟେ ପ୍ରଶାନ୍ତ ଜଗଦେବଙ୍କ ଗୁଣ୍ଡାଗର୍ଦି ପ୍ରତିବାଦରେ ଆନ୍ଦୋଳନ ଧମକ ଦେଇଛି ବିଜୁ ଛାତ୍ର ଜନତା ଦଳ ।

ବିଜେପି କର୍ମୀଙ୍କୁ ମାଡ ମାରିବା ନେଇ ନବୀନ ନୀବାସରେ ଦଳୀୟ ସମର୍ଥକଙ୍କୁ ଉସୁକାଇଥିଲେ ବିଧାୟକ । ପ୍ରଶାନ୍ତ ଜଗଦେବଙ୍କ ଏଭଳି ଉଦ୍ଧତ ଆଚରଣର ଦୃଶ୍ୟ ପ୍ରଥମେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏବେ ଜୋର୍ ଧରିଛି ବିଧାୟକ ବିରୋଧୀ ସ୍ୱର ।

ଏହା ସହ ଦେଖନ୍ତୁ ଏହି ଭିଡିଓ –