ବିଜେପୁର ଉପନିର୍ବାଚନ ଭୋଟ ଗଣତି ଜାରି! ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୭୫୮୭ଟି ଭୋଟରେ ଆଗୁଆ, କଂଗ୍ରେସର ନୈରାଶଜନକ ପ୍ରଦର୍ଶନ

48

କନକ ବ୍ୟୁରୋ : ବିଜେପୁରର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୧ ରାଉଣ୍ଡ ଭୋଟ ଗଣତି ହେବ । ପଦ୍ମପୁର କଲେଜରେ ଭୋଟ ଗଣତି ଚାଲିଥିବା ବେଳେ ତୃତୀୟ୍ର ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ପ୍ରାଣିଗ୍ରାହୀଙ୍କ ଠାରୁ ୭୫୮୭ଟି ଭୋଟରେ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁ ୧୭୩୮୭ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୯୮୦୦ଟି ଭୋଟ ପାଇଛନ୍ତି । କଂଗ୍ରେସର କିନ୍ତୁ ନୈରାଶଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । କଂଗ୍ରେସ ଏଯାଏଁ ୧୦୦୦ ଭୋଟ ମଧ୍ୟ ପାର କରିନାହିଁ ।

ପ୍ରଥମ ରାଉଣ୍ଡରେ ମଧ୍ୟ ଦବଦବା ଦେଖାଇଛି ବିଜେଡି ।ପ୍ରଥମ ରାଉଣ୍ଡରେ ବିଜେଡି- ୫୬୮୧, ବିଜେପି-୨୬୯୭ ପାଇଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା । ତୃତୀୟ ରାଉଣ୍ଡ ସୁଦ୍ଧା ୩୩୪ଟି ଭୋଟ ନୋଟା ବିକଳ୍ପରେ ପଡିଥିଲା । ତେବେ ଭୋଟ ଗଣତି ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭୋଟ ଗଣତି ଭିତରକୁ ଛଡାନଯିବା ଫଳରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲା ।