ବିଜେପୁରରେ ସୁବଳ ସାହୁଙ୍କ ପତ୍ନୀ ବିଜେଡିରେ ଯୋଗ ଦେବା ପ୍ରସଙ୍ଗ : ବିଜେଡି ବିରୋଧରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ସଙ୍ଗୀନ ଅଭିଯୋଗ

12

କନକ ବ୍ୟୁରୋ : ବିଜେଡି ବିରୋଧରେ ସୁରଙ୍କ ସଙ୍ଗୀନ ଅଭିଯୋଗ । ବିଜେପୁରର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ଯୋଗ ଦେବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ରୀତା ସାହୁଙ୍କୁ ଲାଂଚ ଦେଇ ବିଜେଡି କିଣି ନେଇଥିବା ଅଭିଯୋଗ କରିଛନ୍ତି ସୁର ।

ସୁବଳଙ୍କ ପରିବାରକୁ ବିଜେଡି ପକ୍ଷରୁ ଟଙ୍କା ଓ ଫ୍ଲାଟ୍ ଲାଂଚ ଦିଆଯାଇ ଦଳରେ ମିଶାଇଥିବା ସେ କହିଛନ୍ତି । ଏମ୍ସ ପାଖରେ ରୀତାଙ୍କୁ ଫ୍ଲାଟ ଦେଇଥିବା ଶୁଣାଯାଉଛି । ରୀତାଙ୍କୁ ୨ କୋଟି ଟଙ୍କା ଦେଇ ବିଜେଡ଼ିକୁ ଅଣାଯାଇଥିବା ଶୁଣାଯାଉଛି । ଅର୍ଥ ଲୋଭରେ ସୁବଳ ସାହୁଙ୍କ ପରିବାର କଂଗ୍ରେସ ଛାଡ଼ିଛନ୍ତି ବୋଲି ସୁର କହିଛନ୍ତି । ଏହା ସହ ସୁର ଆହୁରି ମଧ୍ୟ କହିଛନ୍ତି ଯେ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ୧୧ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ବର୍ତମାନ କଂଗ୍ରେସର ସାଂଗଠନିକ ନିର୍ବାଚନ ଚାଲିଛି ବୋଲି ମଧ୍ୟ ସୁର ରାଉତରାୟ କହିଛନ୍ତି ।