ବିଜେପୁରରେ ବାଜି ଲାଗିଛି ବିଜେଡିର ସମ୍ମାନ ! ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

9

କନକ ବ୍ୟୁରୋ : ନବୀନ ମାଗିବେ ଭୋଟ । ବିଜେପୁରରେ ବାଜି ଲାଗିଛି ବିଜେଡିର ସମ୍ମାନ । ତେଣୁ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ୬ଦିନିଆ ଦିଲ୍ଲୀ ଗସ୍ତସାରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । ଏପରିକି ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ବିଜେପୁରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ନବୀନ କହିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇନଥିବାବେଳେ ବିଜେଡିର ଏହି ପ୍ରଚାର ଏଜେଣ୍ଡା ରାଜନୈତିକ ବାକ ବିତଣ୍ଡାକୁ ଖୋରାକ ଯୋଗାଇଛି ।

ପଂଚାୟତ ନିର୍ବାଚନରେ ସିଧାସଳଖ ପ୍ରଚାର ମୈଦାନକୁ ଆସିନଥିବା ନବୀନ ଉପନିର୍ବାଚନରେ ଏଭଳି ଆଭିମୁଖ୍ୟ ପୋଷଣ କରିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପଶ୍ଚିମ ଓଡିଶାରେ ବିଜେପିର ପତିଆରା ବୃଦ୍ଧି, ବିଜେପୁର ବିଜେଡିରେ ଅସନ୍ତୋଷ ଓ କଂଗ୍ରେସର କତଥ୍ଧଳଥିତ ଭୋଟବ୍ୟାଙ୍କ ଭଳି ଅନେକ ରାଜନୈତିକ ଦିଗ ବିଜେପୁର ନିର୍ବାଚନ ସହ ଜୋଡିହୋଇ ରହିଛି । ଏଣୁ ବିଜେପୁର ବିଜୟ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ । ଏଥିପାଇଁ ବୋଧହୁଏ ବିଜେପୁର ପ୍ରଚାରରେ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ବିଜେଡି ସୁପ୍ରିମୋ ।