ବିଜେପୁର ପାଇଁ ପାଗ ଭିଡିଲେ ତିନି ଦଳ ! ରାତି ପାହିଲେ ନବୀନ ନିବାସରେ ବିଜେଡି ବୈଠକ । ବିଜେପି କହିଲା, ବିଜେପୁରରେ ହେବ ଫାଇଟ୍ ।

318

କନକ ବ୍ୟୁରୋ: ତାରିଖ ଘୋଷଣା ସରିଲା, ଏବେ ନଜର ପ୍ରାର୍ଥୀଙ୍କ ଉପରେ । କେଉଁ ଦଳରୁ କିଏ ଓହ୍ଲାଇବ ନିର୍ବାଚନୀ ମୈଦାନକୁ । ସରଗରମ ହୋଇଉଠିଛି ବିଜେପୁର ରାଜନୀତି । ବିଜେପି କହିଛି, ଦଳ ଅନ୍ୟ କୌଣସି ରାଜନୈତିକ ଦଳ ସହ ବନ୍ଧୁତ୍ୱପୂର୍ଣ୍ଣ ରାଜନୀତି କରିବନି । ଲଢେଇ ଜୋରଦାର ହେବ ।

ସାଧାରଣ ନିର୍ବାଚନରେ ମାତ୍ର ୯ଟି ଆସନ ପାଇଥିବା କଂଗ୍ରେସ, ନିକଟରେ ନୂତନ ଭାବେ ସଂଗଠିତ ହୋଇଛି । ଏଭଳି ସ୍ଥିତିରେ ପିସିସି ସଭାପତି ଦମ୍ଭ ଦେଖାଇଛନ୍ତି, ବିଜେପୁରରେ କଂଗ୍ରେସର ବିଜୟ ହେବ । ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ସଭାପତି କହଛିନ୍ତିି ତାଙ୍କ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଏବଂ ଠିକ୍ ସମୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ବିଜେପୁର ଅଂଳଚକୁ ଉପେକ୍ଷା , ଜଳସେଚନ, ବେରୋଜଗାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବ୍ୟବସ୍ଥାକୁ ନିର୍ବାଚନରେ ଭାରତୀୟ ପାର୍ଟି ମୁଖ୍ୟ ପ୍ରସଙ୍ଗ କରିବ ।

ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କସରତ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହି କ୍ରମରେ ଆସନ୍ତକାଲି ବିଜେଡି ପକ୍ଷରୁ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସମନ୍ୱୟ କମିଟି ତୃଣମୂଳ ସ୍ତରରୁ ବିଜେପୁରରୁ ଆସିଥିବା ରିପୋର୍ଟକୁ ସୁପ୍ରିମୋଙ୍କୁ ଦେବେ । ବିଜେପୁର ପାଇଁ ଚୂଡାନ୍ତ ରଣନୀତି ବୈଠକରେ ଆଲୋଚନା ହେବ ।  ଏବଂ ଦିନେ କି ଦୁଇଦିନ ଭିତରେ ବିଜେଡି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ।