ବିଜେପୁର ଉପନିର୍ବାଚନ ପାଇଁ କନକ ନ୍ୟୁଜ ଡିଜିଟାଲର ପ୍ରସ୍ତୁତି । ସ୍ୱତନ୍ତ୍ର ପେଜ୍ ସହ ଗ୍ରାଫିକ୍ସ ଉପରେ ଫୋକସ୍ । ନିର୍ବାଚନର ସବୁ ଖବର ଗୋଟିଏ କ୍ଲିକରେ ।

86

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିଛି । ତିନି ରାଜନୈତିକ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବା ଏହି ନିର୍ବାଚନ ୨୦୧୯ ଆଗରୁ ଅନେକ କିଛି ବାର୍ତ୍ତା ଦେବ । ୨୦୧୯ର ଫାଇନାଲ ଆଗରୁ ଏହା ସେମିଫାଇନାଲ । କିଏ ବାଜି ମାରିବ, କାହାର ରଣନୀତି କଣ, ତା ଉପରେ ସମସ୍ତଙ୍କର ନଜର ରହିଛି । ଚାରି ଚାରି ଥର ଶାସନ କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ପାଇଁ ଏହା ସବୁଠାରୁ ବଡ ପରୀକ୍ଷା ବୋଲି କୁହାଯାଉଛି । କାରଣ, ପଂଚାୟତ ନିର୍ବାଚନ ପରେ ରାଜ୍ୟରେ ରାଜନୈତିକ ବାତାବରଣ ବଦଳୁଥିବାର ବାର୍ତ୍ତା ସାମ୍ନାକୁ ଆସୁଛି । ଦଳ ଭିତରେ ଦେଖାଦେଇଥିବା ବିବାଦ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ବଡ ବାର୍ତ୍ତା ଦବୋର ସୁଯୋଗ ମଧ୍ୟ ରହିଛି । ସେହିଭଳି ମିଶନ ୧୨୦ର ଲକ୍ଷ ନେଇ ରାଜ୍ୟରେ ଆଗକୁ ବଢୁଥିବା ଭାରତୀୟ ଜନତା ପାର୍ଟି ପାଇଁ ଏହି ନିର୍ବାଚନ ମଧ୍ୟ ବେଶ ଗୁରୁତ୍ୱପୁର୍ଣ୍ଣ । କାରଣ, ପଂଚାୟତ ନିର୍ବାଚନ ପରେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ବରଗଡ ଜିଲ୍ଲା ପରିଷଦ ଭାଜପା ଅଧୀନରେ ଅଛି । ତେଣୁ ବିଜେପି ପାଇଁ ମଧ୍ୟ ଏହା ଆହ୍ୱାନର ନିର୍ବାଚନ ପାଲଟିବ । ସେହିଭଳି ତିନି ତିନି ଥର ନିର୍ବାଚନରେ ବାଜି ମାରିଥିବା ତଥା କଂଗ୍ରେସର ଗଡ ପାଲଟିଥିବା ବିଜେପୁର ଆସନକୁ ବଜାୟ ରଖିବା କଂଗ୍ରେସ ପାଇଁ ମଧ୍ୟ ଚ୍ୟାଲେଂଜ ହେବ ।


ରାଜ୍ୟ ରାଜନୀତିର ଏହି ବଡ ଲଢେଇ ପାଇଁ କନକ ନ୍ୟୁଜ ଡିଜିଟାଲ ଆରମ୍ଭ କରିଛି ସ୍ୱତନ୍ତ୍ର ପେଜ୍ । ଯେଉଁଠାରେ ଆପଣ ବିଜେପୁର ରାଜନୀତି ସଂକ୍ରାନ୍ତରେ ସବୁ ଖବର ଓ ବିଶ୍ଳେଷଣ ପାଇବେ । ନିର୍ବାଚନ ମଣ୍ଡଳୀରେ କିଏ କେବେ ଜିତିଥିଲେ, କାହାର ଦମ୍ କେତେ, କିଭଳି ଏହି ନିର୍ବାଚନ ସମ୍ମାନର ଲଢେଇ ପାଲଟିଛି, ଭୋଟ ଗଣିତର ପୁରା ହିସାବ କିତାବ ସହ ସମ୍ବାଦ-କନକ ନ୍ୟୁଜ ପକ୍ଷରୁ ହୋଇଥିବା ଜନମତ ସର୍ଭେର ଟିକିନିଖି ଚିତ୍ର ଏହି ସ୍ୱତନ୍ତ୍ର ପେଜରେ ସ୍ଥାନ ପାଇଛି । ଏଥିସହ ଘଟୁଥିବା ପ୍ରତିଟି ଘଟଣା ଏବଂ ରାଜନୈତିକ ଦଳର ନେତା ଚଲାଉଥିବା ପ୍ରତିଟି ଚାଲ୍ ଆମେ ପହଂଚାଇବୁ ଆପଣଙ୍କ ପାଖରେ । ମତଗଣନା ଯାଏଁ ବିଜେପୁର ଉପରେ ରହିବ ଆମର ସ୍ୱତନ୍ତ୍ର ଫୋକସ୍ । ଅଭିଜ୍ଞ ଓ ଦକ୍ଷ ଟିମ୍ ସହ ବରିଷ୍ଠ ସାମ୍ବାଦିକଙ୍କ ବିଶ୍ଳେଷଣ ଆପଣ ଏହି ପେଜରୁ ପାଇପାରିବେ । ସେହିଭଳି ଏହି ପେଜରେ ଗ୍ରାଫିକ୍ସକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଯେଉଁଥିରେ ଆପଣ ବୁଝିଲା ଭଳି ସମସ୍ତ ତଥ୍ୟକୁ ଗ୍ରାଫିକ୍ସ ଜରିଆରେ ଆମେ ଉପସ୍ଥାପନ କରିଛୁ । ନିର୍ବାଚନର ପୁରା ପ୍ରକ୍ରିୟା ସରିବା ଯାଏଁ ଏହି ପେଜରୁ ଆପଣ ବିଶଦ ତଥ୍ୟ ପାଇପାରିବେ ।


ତିନି ରାଜନୈତିକ ଦଳର ନେତାଙ୍କ ପସ୍ତୁତି ଭିତରେ ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିଛି । ଆସନ୍ତା ଫେବ୍ରୁଆରୀ ୨୪ରେ ବିଜେପୁରରେ ହେବ ଉପ-ନିର୍ବାଚନ । ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତା ମାସ ୨୪ ତାରିଖରେ ଭୋଟ୍ ଓ ୨୮ ତାରିଖରେ ଗଣତି ହେବ । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିପାରିବେ । ୭ରେ ଯାଂଚ ଏବଂ ୯ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ବିଜେପୁର ଉପ-ନିର୍ବାଚନରେ ପ୍ରଥମକରି ଇଭିଏମ ସହ ଭିଭିପିଏଟି ମେସିନ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି । ଗତବର୍ଷ ଅଗଷ୍ଟ ୨୨ ତାରିଖରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା ।