ହାତ ଟେକିଦେଲେ ସରକାର ! ଜଙ୍ଗଲ ମନ୍ତ୍ରୀ କହିଲେ ନିଆଳିରେ ମେଣ୍ଢା ମୃତ୍ୟୁର ଜଣାପଡୁନି କାରଣ

30

କନକ ବ୍ୟୁରୋ: ନିଆଳି ମେଣ୍ଢା ମୃତ୍ୟୁ ପ୍ରସଙ୍ଗରେ ହାତ ଟେକିଦେଲେ ସରକାର । ମେଣ୍ଢାଙ୍କୁ କିଏ ମାରୁଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଘଟଣାର ଯାଂଚ ପାଇଁ ଡେରାଡୁନରୁ ଏକ ଟିମ୍ ଆସିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମେଣ୍ଢାଙ୍କୁ ହେଟାବାଘ ମାରୁଥିବା ନେଇ ସନ୍ଦେହ କରାଯାଉଥିଲେ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ ଏବଂ ଡେରାଡୁନର ୱାଇଲ୍ଡ ଲାଇଫ୍ ଏକ୍ସପର୍ଟଙ୍କ ସହ କଥାବାର୍ତ୍ତା ଚାଲିଛି ଟିମ୍ ଖୁବ୍ ଶୀଘ୍ର ଓଡ଼ିଶା ଆସିବ ବୋଲି ମନ୍ତ୍ରୀ କହିଛନ୍ତି । ଏବେ ସୁଦ୍ଧା କୌଣସି ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଂଚିନାହାନ୍ତି ସରକାର ତେବେ ହେଟା ଧରିବା କଷ୍ଟକର ବୋଲି କହିଛନ୍ତି ବିଜୟଶ୍ରୀ ।