କନକ ବ୍ୟୁରୋ : ଗତକାଲି ବିଜେଡିର ଦୁଇ ସାଂସଦଙ୍କ ଟ୍ୱିଟ୍ ନେଇ ରାଜ୍ୟ ରାଜନୀତିରେ ଭୂକଂପ ଆସିଥିବା ବେଳେ ଆଜି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଖବରକାଗଜର ଏକ ଲେଖାକୁ ନେଇ ହଟଚମଟ ସୃଷ୍ଟି ହୋଇଛି । ତାଙ୍କ ଲେଖାରେ ବୈଜୟନ୍ତ ବିଜେଡିକୁ ସତର୍କ କରାଇ ଦେଇଛନ୍ତି, ଏବେ ଆତ୍ମସମୀକ୍ଷାର ବେଳ, ଯଦି ଏହାକୁ ଅଣଦେଖା କରାଯାଏ ତେବେ ଆଗାମୀ ଦିନରେ ଦଳ ପ୍ରତି ଚ୍ୟାଲେଂଜ ସୃଷ୍ଟି ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ବୈଜୟନ୍ତ ତାଙ୍କ ଆଟିକିଲରେ ପୂରା ବିଜେଡିର କ୍ରମ ବିକାଶ ବର୍ଣ୍ଣନା କରିବା ସହ ଗତ ତିନି ବର୍ଷ ମଧ୍ୟରେ କିପରି ଦଳର ଅଧୋଗତି ହୋଇଛି, ତାହା ଉଲ୍ଲେଖ କରିଛନ୍ତି । କିପରି ଦଳ ଗଢିଥିବା ନେତାଙ୍କୁ ଅଣଦେଖା କରାଯାଉଛି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ସେ ତାଙ୍କ ଆଟିକିଲରେ କହିଛନ୍ତି, ପଂଚାୟତ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଆତ୍ମ ସମୀକ୍ଷା କରିବା ନେଇ ଘୋଷଣା ତାଙ୍କୁ ଆଶ୍ୱସ୍ତ କରିଥିଲା ।
ଏହା ସହ ଦେଖନ୍ତୁ ଏହି ଭିଡିଓ-