ସନା ଘରେ ଥାନା ପ୍ରସଙ୍ଗ : ବଦଳିଲେ ମହିଳା ଥାନା ଇନସ୍ପେକ୍ଟର ବିଜୟିନୀ ମଲ୍ଲ

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସନା ଘରକୁ ଥାନା ଯିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚା । ବଦଳିଲେ ଭୁବନେଶ୍ୱର ମହିଳା ଥାନା ଇନସ୍ପେକ୍ଟର ବିଜୟିନୀ ମଲ୍ଲ । ତାଙ୍କୁ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ö ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପୁଅ ପଙ୍କଜ ମହାକୁଡଙ୍କ ବୟାନ ରେକର୍ଡ ପ୍ରସଙ୍ଗରେ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । ନିଜକୁ ସନାତନଙ୍କ ବୋହୁ ଦାବି କରୁଥିବା କବିତା ମହାକୁଡ ପଙ୍କଜଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ସାଧାରଣତଃ ଅଭିଯୁକ୍ତକୁ ଥାନାକୁ ଡକାଇ ବୟାନ ରେକର୍ଡ କରିବାର ବ୍ୟବସ୍ଥା ଥିବାବେଳେ ପଙ୍କଜଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଯାଇଥିଲା । ଖୋଦ ମହିଳା ଥାନା ଇନସ୍ପେକ୍ଟର ବିଜୟିନୀ ମଲ୍ଲ ଚମ୍ପୁଆ ଯାଇ ପଙ୍କଜଙ୍କ ବୟାନ ରେକର୍ଡ କରିବା ଖବର ଗଣମାଧ୍ୟମରେ ପ୍ରସାରଣ ପରେ ହସ୍ତକ୍ଷେପ କରିଥିଲେ ପୋଲିସ କମିଶନର । ୱାଇ. ବି. ଖୁରାନିଆ ନିଜେ ମାମଲାର ତଦନ୍ତ କରିବ ବୋଲି କହିଥିଲେ ।