ଆଜି ଶାସନ ଡୋରି ସମ୍ଭାଳିବ ଗୁଜରାଟର ନୂଆ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରୁପାଣୀଙ୍କ ସମେତ ୨୧ ମନ୍ତ୍ରୀ ନେବେ ଶପଥ । ସାମିଲ ହେବେ ପ୍ରଧାନମନ୍ତ୍ରୀ

51

କନକ ବ୍ୟୁରୋ : ଆଜି ଶପଥ ନେବେ ବିଜୟ ରୁପାଣୀ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରୂପାଣୀ । ବିଜୟ ରୁପାଣୀଙ୍କୁ ଶପଥ ପାଠ କରାଇବେ ଗୁଜୁରାଟର ରାଜ୍ୟପାଳ ଓ.ପି. କୋହଲି । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଅମିତ ଶାହା, ବିଜେପିର ବରିଷ୍ଠ ନେତାଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାମିଲ ହେବେ ।

ଗୁଜରାଟରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିବା ପରେ ସମସ୍ତଙ୍କ ନଜର ଥିଲା କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ନଜରରେ ଥିଲେ ବିଜୟ ରୂପାନୀ । ପୁଣି ଥିରେ ବିଜୟଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରି ତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ବିଧାୟକ ଦଳ ବୈଠକରେ ନିଷ୍ପତି ନେଇଥିଲା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ନତିନ ପଟେଲ ମଧ୍ୟ ପଦ ଗୋପନୀୟତାର ଶପଥ ପାଠ କରିବେ ।