ଆଜି ଉନ୍ମୋଚନ ହେବ ବିଜୁ ବାବୁଙ୍କ ଜୀବନି ପୁସ୍ତକ-ଦି ଟଲ ମ୍ୟାନ । ୨୦ ବର୍ଷ ପରେ ଗୋଟିଏ ମଂଚରେ ନବୀନଙ୍କ ସହ ବସିବେ ବିଜୟ ମହାପାତ୍ର । କଣ କହିବେ ଆଡଭାନୀ,ବଢିଲା ଚର୍ଚ୍ଚା

51

କନକ ବ୍ୟୁରୋ : ଆଜି ଉନ୍ମୋଚିତ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦି ଟଲମ୍ୟାନ । ଉନ୍ମୋଚନ ଉତ୍ସବରେ ଦୀର୍ଘ କୋଡିଏ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ମଂଚରେ ଏକାଠି ବସିବେ ବିଜୟ ମହାପାତ୍ର । ସେପଟେ ଏହି ଉତ୍ସବରେ ଯୋଗ ଦେବାକୁ ଆଜି ଆସୁଛନ୍ତି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ।

ତେଣୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଆଡଭାନୀ କଣ କହିବେ ତାକୁ ନେଇ ମଧ୍ୟ ଉତ୍କଣ୍ଠା ରହିଛି । ୧୮ ବର୍ଷ ପରେ ଏକାଠି ହେବେ ନବୀନ ଓ ବିଜୟ । କୁହାଯାଉଛି, କେନ୍ଦ୍ରାପଡା ରାଜନୀତିରେ ତିଆରି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ବିଜୟ ଟ୍ରମ୍ପକାର୍ଡ ହୋଇପାରନ୍ତି । ଆଉ ଆଜି ବିଜେଡି ପାଇଁ ବି ଲାଲକୃଷ୍ଣ ଆଡଭାନି କିଛି ସକରାତ୍ମକ ବାର୍ତା ଦେବା ଆଶା କରାଯାଉଛି ।

ଆଡଭାନି ବିଜେପିରେ ଥିଲେ ବି ଦଳ ପାଇଁ ଅଲୋଡା ହୋଇଛନ୍ତି । ତେଣୁ ତାଙ୍କ ମୁହଁରେ ନବୀନଙ୍କ ପ୍ରଂଶସା କରି ବିଜେଡି ଗୋଟିଏ ଗୁଳିରେ ଦୁଇଟି ଶୀକାର କରିବ ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ବି ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଥିଲେ ।