ବିଜେପି ବନାମ ବିଜୟ ! ଧର୍ମେନ୍ଦ୍ରଙ୍କୁ କାଉଁଟର କଲେ ବିଜୟ ମହାପାତ୍ର

80

କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ଶୁଣିଲେ ସ୍ପଷ୍ଟ ହୋଇଯାଉଛି ବିଜେପି ଓ ବିଜେପିଙ୍କ ମଧ୍ୟରେ ଦୂରତା । ଯେଉଁଠି ବିଜେପି କାର୍ଯ୍ୟାଳୟକୁ ନ’ଆସିବାକୁ ନେଇ ବିବାଦରେ ବିଜୟ, ସେଠାରେ ସିବିଆଇ, ଧର୍ମେନ୍ଦ୍ର ଓ ରମଣ ସିଂଙ୍କୁ ଟାର୍ଗେଟ କରି ଏହି ଦୂରତାର ଚର୍ଚ୍ଚା ଉପରେ ମୋହର ମାରୁଛନ୍ତି ।

ମହାନଦୀ ପ୍ରସଙ୍ଗରେ ଛତିଶଗଡ ବିରୋଧରେ ରାଜ୍ୟବାସୀଙ୍କ ଅସନ୍ତୋଷ ରହିଛି, ରମଣ ସିଂଙ୍କ ପ୍ରଚାରର ଫାଏଦା କଂଗ୍ରେସ ଓ ବିଜେଡି ନେଇ ପାରନ୍ତି ବୋଲି ଦାବି କରିଛନ୍ତି ବିଜୟ ମହାପାତ୍ର । କିଛି ଦିନରୁ ବିଜେଡି ରମଣ ସିଂଙ୍କୁ ଓଡିଶାର ଭିଲିଆନ କହୁଥିବାବେଳେ ରମଣଙ୍କୁ ସମର୍ଥନ ଦେଇଛି ବିଜେପି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ପୁଣି ଥରେ ବିଜୟଙ୍କ ପ୍ରତିକ୍ରିୟା ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଇଛି । ବିଜେପିକୁ ନେଇ ବିଜୟଙ୍କ ଅସନ୍ତୋଷର ମାତ୍ରା ପଂଚାୟତ ନିର୍ବାଚନ ସମୟରେ ବଢିଯାଇଛି ।

ବିଜେଡିରୁ ବହିଷ୍କାର ହେବାର ୯ ବର୍ଷ ପରେ ବିଜେପିରେ ଯୋଗ ଦେଇଥିଲେ ବିଜୟ ମହାପାତ୍ର । ହେଲେ ସେଠାରେ ବି କେଉଁଠି ନା କେଉଁଠି ଦଳୀୟ ବ୍ୟାପାରକୁ ନେଇ ବିଜୟ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୁଏ । ୨୦୧୪ ନିର୍ବାଚନ ପରେ ବିଜୟ ପାର୍ଟି ଅଫିସ୍ ବି ଯାଉ ନ’ଥିବା ନଜିର ରହିଛି । ଏପରିକି ଦଳୀୟ ବ୍ୟାପାରକୁ ବାଦ୍ ଦେଇ ନିଜ ଘରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଡକାନ୍ତି ବିଜୟ ମହାପାତ୍ର ।

ଶୁଣିବାକୁ ମିଳିଛି, ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟାକୁ ନେଇ ବି ବିଜୟ ଅସନ୍ତୋଷ । ଆଉ ଏବେ ପ୍ରତି କ୍ଷେତ୍ରରେ ବିଜେପିର ଛବିକୁ ବିପରିତ ଭାବେ ପରିବେଷଣ କରୁଛନ୍ତି ଏହି ହେଭିୱେଟ୍ ନେତା । ହେଲେ ଦଳ ଏ’ଯାଏ ଚୁପ୍ ରହିଛି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :