ବାଂଲାଦେଶ ମୁକ୍ତିସଂଗ୍ରାମକୁ ମନେପକାଇ ଆଜି ଦିନରେ ଭାରତ ପାଳେ ବିଜୟ ଦିବସ !

36

କନକ ବ୍ୟୁରୋ : ଭାରତ ବିରୁଦ୍ଧରେ ପାକିସ୍ତାନର ଷଢ଼ଯନ୍ତ୍ର ସବୁବେଳେ ବିଫଳ ହୋଇଛି । ସେଭଳି ଏକ କାହାଣୀ ବାଂଲାଦେଶ ମୁକ୍ତିସଂଗ୍ରାମର । ୧୯୭୧ ମସିହା ଡିସେମ୍ବର ୧୬ ତାରିଖ । ପାକିସ୍ତାନର ସେଭଳି ଏକ ଚକ୍ରାନ୍ତକୁ ବିଫଳ କରନ୍ତି ଭାରତୀୟ ବୀର ଯବାନ । ବାଂଲା ମୁକ୍ତି ବାହିନୀ ଓ ଭାରତୀୟ ସେନାର ମୁହଁତୋଡ଼ ଜବାବ ଯୋଗୁ ପଛକୁ ହଟେ ପାକ୍ ସେନା । ବାଂଲାଦେଶର ମୁକ୍ତିସଂଗ୍ରାମ ସାକାର ହୁଏ । ଭାରତ ପାଳେ ବିଜୟ ଦିବସ । ଆଜି ବୀରତ୍ୱର ସେହି ସ୍ମୃତିକୁ ବିଜୟ ଦିବସ ଭାବେ ପାଳୁଛନ୍ତି ଯବାନ ।