ଦୁଇ ନେତା ଦୁଇ କଥା : ମହାନଦୀକୁ ନେଇ ଧର୍ମେନ୍ଦ୍ର ଓ ବିଜୟଙ୍କ ମଧ୍ୟରେ ରହୁନି ତାଳମେଳ 

0

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ବିବାଦକୁ ନେଇ ବିଜେପିରେ ଦ୍ୱିମତ । ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରସ୍ପର ବିରୋଧୀ ମତ ଦେଇଛନ୍ତି । ମହାନଦୀ ବିବାଦର ସମାଧାନ ପାଇଁ ଜଏଂଟ କଂଟ୍ରୋଲ ବୋର୍ଡ ଗଠନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଏହାକୁ ଓଡିଶା ସରକାର ମାନିଯିବା ଉଚିତ। ଏହାଦ୍ୱାରା ବିବାଦର ସମାଧାନ ହେବ ଏବଂ ଓଡିଶାର ସ୍ୱାର୍ଥ ରକ୍ଷା ହେବ।

ସେପଟେ ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର ଠିକ୍ ଓଲଟା କଥା କହିଛନ୍ତି । ଜଏଂଟ କଂଟ୍ରୋଲ ବୋର୍ଡ ଗଠନ ବିବାଦର ସମାଧାନ କରିପାରିବ ନାହିଁ ଏବଂ ଏହା ଏକ ଦନ୍ତହୀନ ବୋର୍ଡ ବୋଲି ବିଜୟ କହିଛନ୍ତି । ବିଜେପିର ଏହି ଦୁଇ ତୁଙ୍ଗ ନେତାଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Comments are closed.