୨୯ ତାରିଖରେ ପ୍ରତି ବ୍ଲକ୍ ଆଗରେ ବିକ୍ଷୋଭ କରିବ ବିଜେପି

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ପାର୍ଟି ଅଫିସରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାକୁ ନେଇ ବିଜେପି କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଆଗାମୀ ରଣନୀତି ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଂଟ । ଜୁନ ୨୯ ତାରିଖ ବିଜେପି ଜିଲ୍ଲାର ସମସ୍ତ ବ୍ଲକ ଆଗରେ ଧାରଣା ଦେବ ବୋଲି ବୈଠକରେ ନିଷ୍ପତି ହୋଇଛି । ଏହା ସହ ଜୁଲାଇ ୪ ତାରିଖରେ ରାଜଭବନ ଘେରାଉ କରିବ ବିଜେପି ।