ବିଜୟଙ୍କ ଟାର୍ଗେଟରେ ବିଜେପିର କେନ୍ଦ୍ରମନ୍ତ୍ରୀ ! କହିଲେ, କହିଲେ ଟ୍ରିବ୍ୟୁନାଲ ମାମଲାରେ କିଛି ଜାଣିନାହାନ୍ତି ଧର୍ମେନ୍ଦ୍ର

22

କନକ ବ୍ୟୁରୋ : ବିଜେପି ଓ ବିଜୟ ମହାପାତ୍ରଙ୍କୁ ନେଇ ଏବେ ଚର୍ଚା । ବିଜୟଙ୍କ ଆଭିମୁଖ୍ୟକୁ ନେଇ ଏବେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଗତକାଲି ମହାନଦୀ ଟ୍ରିବୁନାଲକୁ ନେଇ ବିଜୟ, କଡା ଆଭିମୁଖ୍ୟ ଗ୍ରହଣ କରି ମୋଦି ସରକାର, ଓଡିଶା ବିରୋଧୀ କାମ କରୁଛନ୍ତି ବୋଲି କହିଛନ୍ତି । ଏଥିସହ ଛତିଶଗଡକୁ କେନ୍ଦ୍ର ସରକାର ନିରବ ସମର୍ଥନ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଗୋଟିଏ ପଟେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏହି ବରିଷ୍ଠ ବିଜେପି ନେତା କିନ୍ତୁ ପାଲଟା ବିଜେପି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ଗତକାଲି ଟ୍ରିବୁନାଲ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖି ବିଜୟ କହିଛନ୍ତି, ଧର୍ମେନ୍ଦ୍ର ସେହି ବିଭାଗର ହୋଇନଥିବାରୁ ଏବିଷୟରେ ଜାଣିନଥିବେ ।

ଗତକାଲି ମଧ୍ୟ ଅନୁରୂପ ଭାବେ ବିଜେପିକୁ ଟାର୍ଗେଟ କରିଥିଲେ ବିଜୟ । ଏପରିକି କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ବିଜୟ । ଫଳରେ ନିଆଁବାଣ ହୋଇଥିଲା ବିଜେପି । ଏପରିକି ଦଳ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାଇ ମଧ୍ୟ ଦେଇଥିଲେ । କିନ୍ତୁ ଏହି ଧମକ ବିଜୟଙ୍କୁ ଚୁପ୍ କରି ପାରିନଥିଲା । ଆଉ ଆଜି ପୁଣିଥରେ ବିଜୟ ଉଭୟ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।