ଦିଲ୍ଲୀପ ରାୟ ଇସ୍ତଫା ଦେବା ନିଷ୍ପତିକୁ ସମର୍ଥନ କଲେ ବିଜୟ ମହାପାତ୍ର: କହିଲେ, ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଲେ ତାହାର ଯଥାର୍ଥତା ଅଛି

ଦିଲ୍ଲୀପଙ୍କ ନିଷ୍ପତ୍ତିକୁ ସମର୍ଥନ ଦେଲେ ବିଜୟ

599

କନକ ବ୍ୟୁରୋ: ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ଦିଲ୍ଲୀପ ରାୟଙ୍କ ନିଷ୍ପତିକୁ ସମର୍ଥନ କରିଛନ୍ତି ବିଜୟ ମହାପାତ୍ର । ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଲେ ତାହାର ଯଥାର୍ଥତା ଅଛି । ବହୁ ଆଗରୁ ସରକାର ଓ ଦଳ ଏ ବାବଦରେ ଚିନ୍ତା କରିବା କଥା । ଏବେ ବହୁତ ବିଳମ୍ବ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତିର ନିଜ ବିଷୟରେ ନିଷ୍ପତି ନେବାର ସ୍ୱାଧୀନତା ଅଛି ବୋଲି ବିଜୟ କହିଛନ୍ତି । ଜଣେ ବିଧାୟକ ଅପମାନିତ ହେବା ଅନୁଭବ କରିଥିବେ ତେଣୁ ଏମିତି କହିଛନ୍ତି ।

ଦୁଇ ଜଣ ଆଲୋଚନା କରି ପରର୍ବତୀ ନିଷ୍ପତି ଜଚ୍ଚାଇବୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ରାଉରକେଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ନହେବାରୁ ଦିଲ୍ଲୀପ ରାୟ ଏହି ମାସ ଶେଷ ଆଡକୁ ଇସ୍ତଫା ଦେବେ ବୋଲି ଜଣାପଡିଛି । ତେବେ ଦିଲ୍ଲୀପ ରାୟ କହିଥିଲେ,ତାଙ୍କ ପାଇଁ ବ୍ରାହ୍ମଣୀ ନଦୀରେ ଦ୍ୱୀତିୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲର ଅପଗ୍ରେଡେସନ କାମ ହୋଇପାରୁନାହିଁ ବୋଲି ସେ ଶୁଣିଛନ୍ତି । ଯଦି ଏହି ଦୁଇଟି କାମ ହୋଇଯାଏ ତେବେ ଶ୍ରେୟ ତାଙ୍କୁ ଯିବ ବୋଲି ସେ ଶୁଣିଥିବା କହିଥିଲେ । ତେଣୁ ସେ ଇସ୍ତଫା ଦେଲେ ଯଦି କାମ ହୋଇଯିବ ସେଥିରେ ସେ ଖୁସି ହେବେ ବୋଲି କହିଥିଲେ ।

 

ସେପଟେ ବିଜେପି ନେତା ଗୋଲକ ମହାପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେପିରେ କେହି ଅଲୋଡା ନୁହେଁ । ଦଳ କାହାକୁ ଅପମାନିତ କରିନି । ଦଶ ବର୍ଷ ଧରି ୟୁପିଏ ସରକାର ଟେଣ୍ଡର କରିକି ମଧ୍ୟ ବ୍ରାହ୍ମଣୀ ସେତୁ କରିନଥିଲେ । ମୋଦି ସରକାର ଆସିବା ପରେ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ କାମ ଆରମ୍ଭ ହୋଇଥିବା ଗୋଲକ ମହାପାତ୍ର କହିଛନ୍ତି ।