ସିବିଆଇ ପାଲଟିଛି କମ୍ପ୍ରମାଇଜ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ : ବିଜୟ ମହାପାତ୍ର

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଉଠିଲା ଚିଟଫଣ୍ଡ ତଦନ୍ତରେ ସିବିଆଇର ଭୂମିକା ଉପରେ ପ୍ରଶ୍ନ । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ଠିକ୍ ଭାବରେ କାମ କରୁଛି ବୋଲି ମନ୍ତବ୍ୟ ଦେବା ପରେ ଆଜି ବିଜୟ ମହାପାତ୍ର ସିବିଆଇକୁ କମ୍ପ୍ରମାଇଜ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ବୋଲି କହିଛନ୍ତି ।

ତେବେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗ ପୁଣି ଥରେ ସେହି ଚର୍ଚ୍ଚିତ ପ୍ରସଙ୍ଗକୁ ଆଗକୁ ଆଣିଛି । ଯାହାକୁ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ।

ପ୍ରଶ୍ନ ଉଠୁଛି ପ୍ରକୃତରେ ସିବିଆଇର ତଦନ୍ତ କୁଆଡେ ଯାଉଛି ? କେଉଁ ଅଦୃଶ୍ୟ ଚାପ ସିବିଆଇ ଗୋଡରେ ବେଡି ବାନ୍ଧି ଦେଇଛି । ଅଭିଯୋଗ ହୁଏ କେନ୍ଦ୍ରରେ ଯେଉଁ ସରକାର ଥାଏ ସେମାନେ ନିଜକୁ ସୁହାଇଲା ଭଳି ଏହି ଅଟୋନମସ୍ ସଂସ୍ଥାକୁ ବ୍ୟବହାର କରନ୍ତି । ତେବେ ଓଡିଶାର ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କିଭଳି କରୁଛି ।