ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି । ବରିଷ୍ଠ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର । ଛାତିରେ ଯନ୍ତ୍ରଣା ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ।

649

କନକ ବ୍ୟୁରୋ : ସୁସ୍ଥ ହେଉଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ମଙ୍ଗଳବାର ଦିନ ସେ ଅସୁସ୍ଥ ହେବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ମଧ୍ୟ ସେ ଆଇସିୟୁରେ ଅଛନ୍ତି । ଏବେବି ନିଶ୍ୱାସ ପ୍ରଶ୍ୱାସରେ ସାମାନ୍ୟ ସମସ୍ୟା ରହିଥିବା ସୂଚନା ମିଳିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବିଜୟ ମହାନ୍ତି ଓଲିଉଡର ଜଣେ ଜଣାଶୁଣା ଓ ପରିଚିତ ନାଁ ।

‌ମଧୁମେହ ରୋଗ ଥିବାରୁ ଗତ ସୋମବାର ସେ ଅସୁସ୍ଥତା ଅନୁଭବ କରିଥିଲେ । ଦେହ ଥରିବାରୁ ତାଙ୍କୁ ହାଇଦ୍ରାବାଦର ସମ୍ପୃକ୍ତ ଘରୋଇ ହସ୍ପିଟାଲ୍‌କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା ।  ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ‌ ଭେଣ୍ଟିଲେଟରରେ ଭର୍ତି କରାଯାଇଥିଲା ।

ସାଢ଼େ ୪ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନିଜ ଅଭିନୟ ଚାତୁରୀରେ ବାନ୍ଧି ରଖିଥିବା ବିଜୟ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ଖବର ପାଇ ବହୁ ପ୍ରଶଂସକ ଭାଙ୍ଗି ପଡ଼ିଥିଲେ। ମାତ୍ର ପ୍ରଥମେ ଡାକ୍ତର ସ୍ଥିତି ଖରାପ ଥିବା କହିଥିଲେ ହେଁ ପରବର୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଛି ବୋଲି କହିବା ପରେ ଏହା ଆଶ୍ବସ୍ତ କରିଛି । ଶୀଘ୍ର ସୁସ୍ଥ ହୋଇ ଫେରି ଆସିବା ପାଇଁ ବିଜୟଙ୍କ ପ୍ରଶଂସକମାନେ କାମନା କରିଛନ୍ତି ।