ବିଜୟ ମାଲ୍ୟାଙ୍କ ଉପରେ ଘୁଞ୍ଚିଲା ଶୁଣାଣୀ ! ଭାରତକୁ ଅର୍ଥର ରୋଡ ଜେଲର ଭିଡିଓ ମାଗିଲେ ଲଣ୍ଡନ କୋର୍ଟ, ସେପ୍ଟେମ୍ବର ୧୨ରେ ପରବର୍ତ୍ତୀ ଶୁଣାଣୀ ।

53

କନକ ବ୍ୟୁରୋ : ପ୍ରତ୍ୟର୍ପଣ ମାମଲାରେ ଋଣ ମାଫିଆ ବିଜୟ ମାଲ୍ୟାଙ୍କ ଉପରେ ଘୁଂଚିଲା ଶୁଣାଣି । ଆସନ୍ତା ସେପ୍ଟମ୍ବର ୧୨ ତାରିଖ ଯାଏଁ ଶୁଣାଣି ଘୁଂଚାଇଛନ୍ତି ଲଣ୍ଡନ କୋର୍ଟ । ଏଥିସହ ତାଙ୍କ ଜାମିନ ଅବଧି ମଧ୍ୟ ବଢାଇ ଦିଆଯାଇଛି । କୋର୍ଟ ଭାରତକୁ ଅର୍ଥର ରୋଡ ଜେଲର ଭିଡିଓ ମଧ୍ୟ ମାଗିଛନ୍ତି । କାରଣ ପ୍ରତ୍ୟର୍ପଣ ପରେ ମାଲ୍ୟାଙ୍କୁ ଆର୍ଥର ରୋଡ ଜେଲରେ ହିଁ ରଖାଯିବ । ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ଥିବା ଭଲ ଜେଲ ମଧ୍ୟରୁ ଏହି ଜେଲ ହେଉଛି ଗୋଟିଏ । ତେଣୁ କୋର୍ଟ ଏହାର ଭିଡିଓ ମାଗିଛନ୍ତି ।

ଗତକାଲି ଳଣ୍ଡନ କୋର୍ଟରେ ଶୁଣାଣି ଥିଲା । ଏହି ଅବସରରେ ବିଜୟ ମାଲ୍ୟା ଉପସ୍ଥିତ ଥିଲେ । ଏଥିସହ ସିବିଆଇ ଓ ଇଡିର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଗତବର୍ଷ ଡିସେମ୍ବରରେ ଲଣ୍ଡନ କୋର୍ଟରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଟ୍ରାଏଲ ଆରମ୍ଭ ହୋଇଥିଲା । ୨୦୧୬ରୁ ଦେଶ ଛାଡି ବିଦେଶ ଚାଲିଯାଇଛନ୍ତି କିଙ୍ଗଫିସର ମାଲିକ ତଥା ମଦ ସମ୍ରାଟ ବିଜୟ ମାଲ୍ୟା । ୨୦୧୬ରୁ ସେ ବ୍ରିଟେନରେ ହିଁ ଅଛନ୍ତି । ପ୍ରତ୍ୟର୍ପଣ ୱାରେଂଟରେ ତାଙ୍କୁ ସ୍କଟଲାଣ୍ଡ ୟାର୍ଡରୁ ଗିରଫ କରାଯାଇଥିଲା । କିନ୍ତୁ ଖୁବଶୀଘ୍ର ତାଙ୍କୁ ଜାମିନ ମିଳିଯାଇଥିଲା ।