କ୍ରୀଡ଼ା ପ୍ରତିଭାକୁ ଚିହ୍ନିପାରୁ ନାହାନ୍ତି କ୍ରୀଡ଼ାମନ୍ତ୍ରୀ : ଦୂତୀଙ୍କ ଫଟୋ ଲଗାଇ ଶ୍ରାବଣୀଙ୍କୁ ଶୁଭେଚ୍ଛା

23

vijay goelକନକ ବ୍ୟୁରୋ : ଦେଶର କ୍ରୀଡ଼ା ପ୍ରତିଭାକୁ ଚିହ୍ନିପାରିଲେନି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ । ଶ୍ରାବଣୀ ନନ୍ଦଙ୍କ ସ୍ଥାନରେ ଦୂତୀ ଚାନ୍ଦଙ୍କ ଫଟୋ ଲଗାଇ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ବାର୍ତା ଦେଇଛନ୍ତି ବିଜୟ । ୨ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଆଜି ରିଓ ଟ୍ରାକରେ ଦୌଡିବେ ଓଡିଆ ଝିଅ ଶ୍ରାବଣୀ ନନ୍ଦ । ଆଉ ଏଥିପାଇଁ ଶୁଭେଚ୍ଛା ଦେବାକୁ ଟ୍ୱିଟରକୁ ବାଛିଥିଲେ ବିଜୟ ଗୋଏଲ । ହେଲେ ଟ୍ୱିଟରରେ ଭୁଲ ଫଟୋ ଲଗାଇ ଶୁଭେଚ୍ଛା ବାର୍ତା ଦେଇଛନ୍ତି ।

ସେହିପରି ଗତକାଲି ମଧ୍ୟ ବିଜୟ ଦୀପା କର୍ମାକରଙ୍କ ନାଁକୁ ଭୁଲ ଭାବରେ ଟ୍ୱିଟ୍ କରିଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ର । କ୍ରମାଗତ ଭାବେ ଖେଳାଳିଙ୍କୁ ଚିହ୍ନିନ ପାରିବାକୁ ନେଇ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡୁଛି । ଟ୍ୱିଟର ଜରିଆରେ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ସମର୍ଥକ।